Categories: ଫୁରସତ

ପ୍ରବଳ କାନ୍ଦୁଥିଲା ନବଜାତକ, ମା’ଙ୍କ ଚୁମ୍ବନ ପାଇବା ପରେ…ଦେଖନ୍ତୁ ହୃଦୟସ୍ପର୍ଶୀ ଭିଡିଓ

ମା’ ହେଉଛି ସନ୍ତାନର ଅତି ନିକଟତର। ମା’ ପିଲାଟିର ପ୍ରତ୍ୟେକ ଭାବନାକୁ ବୁଝିପାରେ। ଆଜିକାଲି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ମା’ ତାଙ୍କ ନବଜାତ ଶିଶୁକୁ ଚୁମ୍ବନ ଦିଅନ୍ତି ଏବଂ ପିଲାଟି କାନ୍ଦିବା ବନ୍ଦ କରିଦିଏ। ମା’ ଏବଂ ଶିଶୁର ଏହି ଭିଡିଓ ଲୋକଙ୍କ ହୃଦୟକୁ ଛୁଇଁଛି।
ଭାଇରାଲ ହେଉଥିବା ଏହି ଭିଡିଓରେ ଏହା ଦେଖିବାକୁ ମିଳେ ଯେ, ନବଜାତ ଶିଶୁ ଜନ୍ମ ପରେ ବହୁତ କାନ୍ଦୁଛି। ତାଙ୍କୁ ଶାନ୍ତ କରିବାକୁ ନର୍ସ ଯଥାସମ୍ଭବ ଚେଷ୍ଟା କରନ୍ତି କିନ୍ତୁ ପିଲା ଚୁପ ରହେ ନାହିଁ। ଏହା ପରେ ନର୍ସ ତାଙ୍କୁ ତାଙ୍କ ମା’ଙ୍କ ନିକଟକୁ ନେଇଯାଆନ୍ତି। ନବଜାତ ଶିଶୁକୁ ଦେଖିବା ପରେ ମା’ ତାଙ୍କୁ ଚୁମ୍ବନ ଦିଅନ୍ତି। ମା’ର ନିକଟତର ହେବା ପରେ ପିଲାଟି ସଙ୍ଗେ ସଙ୍ଗେ ଚୁପ୍‌ ହୋଇଯାଏ। ଏହା ଦେଖି ଆଖପାଖର ଲୋକମାନେ ଭାବପ୍ରବଣ ହୁଅନ୍ତି। ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ @ TheFigen_ ନାମକ ଜଣେ ୟୁଜର୍ସଙ୍କ ଦ୍ୱାରା ଶେୟାର କରାଯାଇଛି। ଯାହାକୁ ଏପର୍ଯ୍ୟନ୍ତ ୮ ମିଲିୟନରୁ ଅଧିକ ଲୋକ ପସନ୍ଦ କରିଛନ୍ତି।

Share