କ୍ୟାପିଟାଲ ହସ୍ପିଟାଲରେ ଡଷ୍ଟବିନରୁ ମିଳିଲା ନବଜାତକଙ୍କ ମୃତଦେହ

ଭୁବନେଶ୍ୱର,୨୩।୯: କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ଯାଏ ମହିଳାଙ୍କୁ ସଶକ୍ତ କରିବା ଲାଗି ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନା କରୁଥିଲେ ମଧ୍ୟ ଏବେ ବି ଅଲୋଡା ଶିଶୁକନ୍ୟା। ସୋମବାର ଏକ ଆଶ୍ଚର୍ଯ୍ୟଜନକ ଘଟଣା କ୍ରମେ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲର ଏକ ଡଷ୍ଟବିନରୁ ଏକ ନବଜାତ ଶିଶୁର ମୃତଦେହ ମିଳିଛି।

ହସ୍ପିଟାଲର ଶିଶୁ ବିଭାଗ ୱାର୍ଡ ନିକଟରେ ଥିବା ଏକ ଡଷ୍ଟବିନରୁ ନବଜାତକୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ଡାକ୍ତରଖାନା ଆସିଥିବା କିଛି ଲୋକ ମୃତଦେହକୁ ଡଷ୍ଟବିନରେ ଦେଖି ତୁରନ୍ତ ସମ୍ପୃକ୍ତ ଅଧିକାରୀଙ୍କୁ ଜଣାଇଥିଲେ।

ଖୁବ ଶୀଘ୍ର ହସ୍ପିଟାଲ କର୍ତ୍ତୃପକ୍ଷ ଏହି ଘଟଣାକୁ କ୍ୟାପିଟାଲ ପୋଲିସକୁ ଜଣାଇଥିଲେ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ତେବେ ନବଜାତ ଶିଶୁଟିର ମୃତଦେହକୁ କିଏ ଡଷ୍ଟବିନରେ ପକାଇ ଦେଇଛି ଜାଣିବା ପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷ ସିସିଟିଭି ଫୁଟେଜ ଯାଞ୍ଚ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ତ୍ରୀଙ୍କ ବଡ଼ ଘୋଷଣା: ଜିଲାସ୍ତରରେ ଖୋଲିବ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ କ୍ୟାମ୍ପ

ଭୁବନେଶ୍ୱର,୨୩।୯- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ସୋମବାର ଅଭିଯୋଗ ଶୁଣାଣି ହୋଇଛି। ସୋମବାର ପୂର୍ବାହ୍ନ ୧୧ଟାରୁ ୟୁନିଟ-୫ ର ସରକାରୀ...

ଅନୁପସ୍ଥିତ ଥିଲେ ସିଡିପିଓ, ଛତୁଆ କେନ୍ଦ୍ରରେ ହଠାତ୍‌ ପହଞ୍ଚିଲେ ଉପଜିଲାପାଳ, ଆଉ ତା’ପରେ…

କୋକସରା,୨୩।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ରାଜ୍ୟରେ ଗର୍ଭବତୀ, ଶିଶୁ, କିଶୋରୀ ବାଳିକାଙ୍କୁ କୁପୋଷଣ, ଅପପୃଷ୍ଟିରୁ ରୋକିବା ପାଇଁ ବିଗତ ରାଜ୍ୟ ସରକାରଙ୍କ ପକ୍ଷରୁ ଛତୁଆ ଯୋଜନା ଆରମ୍ଭ...

ଦିନକ ପରେ ମା’ ଲଙ୍କେଶ୍ବରୀଙ୍କ ଖଣ୍ଡାବସା

ଭବାନୀପାଟଣା,୨୩ା୯(ଉତ୍ତମ କୁମାର ଦାଶ/ସୁନୀଲ କୁମାର ସିଂହ)- କଳାହାଣ୍ଡି ଜିଲା ଜୁନାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପର୍ବ ମଙ୍ଗଳବାର ଅନୁଷ୍ଠିତ ହେବ। ଏଥିପାଇଁ ସୋମବାର...

କଟକରେ ସୀମା ଟପିଲା କଳାବଜାର: ଏହି ସବୁ ଜିଲାରେ ହେଉଥିଲା ବିକ୍ରି

କଟକ,୨୩।୯: ଅତୀତରେ କଟକରୁ ଖାଇବା ଘିଅ, ଡିଟରଜେଣ୍ଟ ପାଉଡରଠାରୁ ଆରମ୍ଭ ନାନା ପ୍ରକାର ଖାଦ୍ୟ ସାମଗ୍ରୀର ଅପମିଶ୍ରଣ କରାଯାଉଥିବା ଦେଖିବାକୁ ମିଳିଥିଲା। ଏବେ କିଛି ଖଳ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ବଳାତ୍କାରୀଙ୍କୁ….

ଫୁଲବାଣୀ,୨୩।୯: କନ୍ଧମାଳ ଜିଲା ଫୁଲବାଣୀ ଜିଲା ପୋକ୍ସୋ କୋର୍ଟ ସୋମବାର ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ଦେବରାଜ...

ଫରେଷ୍ଟରଙ୍କ ଆତ୍ମହତ୍ୟା ନେଇ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ, ସୁଇସାଇଡ୍‌ ନୋଟ୍‌ରେ ଥିଲା…

ଭବାନୀପାଟଣା,୨୩ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ଫରେଷ୍ଟରଙ୍କ ଆତ୍ମହତ୍ୟା ଘଟଣାରେ ବନ ବିଭାଗ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଯାଞ୍ଚ୍‌ ଆରମ୍ଭ ହୋଇଛି।...

ଜଳପ୍ରପାତରେ ବୁଡି ୨ ଡାକ୍ତରୀ ଛାତ୍ରୀଙ୍କ ଜୀବନ ଗଲା: ଜଣେ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ମାଲକାନଗିରି,୨୩ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ମୋଟୁଠାରୁ ୪୦ କିଲୋମିଟର ଦୂର ଆନ୍ଧ୍ରପ୍ରଦେଶର ତରଙ୍ଗିଣୀ ଜଳପ୍ରପାତରେ ୫ଜଣ ଡାକ୍ତରୀ ଛାତ୍ରୀଛାତ୍ର ଭାସି ଯାଇଥିଲେ। ଜଣେ ଛାତ୍ରୀ...

ଭରତପୁର ଥାନା: ଏଣେତେଣେ ପଡ଼ିଥିବା ସିସିଟିଭକୁ ନେଇ ବଢ଼ୁଛି…

ଭୁବନେଶ୍ୱର,୨୩।୯: ଭରତପୁର ଥାନା ବର୍ତ୍ତମାନ ଚର୍ଚ୍ଚାରେ ଥିବା ବେଳେ  ଥାନାରେ ଏଣେତେଣେ ପଡ଼ିଥିବା ସିସିଟିଭକୁ ନେଇ ରହସ୍ୟ ବଢ଼ୁଛି । ଗଦା ଗଦା ସିସିଟିଭି କ୍ୟାମେରା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri