ଅସିତ ତ୍ରିପାଠୀଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ୱର, ୨୫।୧୨(ବ୍ୟୁରୋ): ଅସିତ ତ୍ରିପାଠୀ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ଆଞ୍ଚଳିକ ବିକାଶ, ପର୍ଯ୍ୟଟନର ପ୍ରମୁଖ ଉପଦେଷ୍ଟା, କୃଷି ବ୍ୟବସାୟ ଓ ଶିଳ୍ପର ପ୍ରମୁଖ ଉପଦେଷ୍ଟା ଦାୟିତ୍ୱ ମଧ୍ୟ ତୁଲାଇବେ।
୨୦୧୯ ମସିହା ଅଗଷ୍ଟ ୧୯ ତାରିଖରେ ଅସିତ୍‌ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। କରୋନା କାଳରେ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଭାବେ ନିଜର କାର୍ଯ୍ୟକୁ ବେଶ ସୂଚାରୁ ରୂପେ ସମ୍ପାଦନ କରିଥିଲେ।

Share