Categories: ରାଜ୍ୟ

ଦାୟିତ୍ୱ ଗ୍ରହଣ ପରେ ଜଗା ଦର୍ଶନ କଲେ ରାଜ୍ୟପାଳ ରଘୁବର ଦାସ

ପୁରୀ,୧।୧୧: ରାଜ୍ୟର ୨୬ତମ ରାଜ୍ୟପାଳ ଭାବରେ ଶପଥ ନେବାପରେ ଜଗାଦର୍ଶନ ପାଇଁ ପୁରୀ ପହଞ୍ଚିଛନ୍ତି ରଘୁବର ଦାସ। ଶପଥ ଗ୍ରହଣ ପୂର୍ବରୁ ସପରିବାର ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସିଂହଦ୍ୱାର ଠାରେ ପହଞ୍ଚିବା ପରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଏସପି ଡ କନଓ୍ବର ବିଶାଳ ସିଂ ଓ ସେବାୟତଙ୍କ ପକ୍ଷରୁ ତାଙ୍କୁ ଖଣ୍ଡୁଆ ପ୍ରଦାନ କରି ସ୍ବାଗତ କରାଯାଇଛି। ଶ୍ରୀଜିଉଙ୍କୁ ଦର୍ଶନ କରି ସେ ରାଜ୍ୟ ଓ ଦେଶର ମଙ୍ଗଳକାମନା କରିଛନ୍ତି।

Share