Categories: ଜାତୀୟ

ନେହେରୁଙ୍କ ସହ ନିଜ ପିତାଙ୍କ ଫଟୋ ଶେୟାର କଲେ ସିଦ୍ଧୁ

ଚଣ୍ଡିଗଡ଼,୧୯ ।୭: ପଞ୍ଜାବ କଂଗ୍ରେସର ନବ ନିଯୁକ୍ତ ମୁଖ୍ୟ ନବଜୋତ ସିଂ ସିଦ୍ଧୁ ସୋମବାର ଦଳ ହାଇକମାଣ୍ଡଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆଉ କହିଛନ୍ତି ମୁଁ ବିଜୟ ପଞ୍ଜାବ ମିଶନକୁ ସମ୍ପୂର୍ଣ୍ଣ କରିବାକୁ କାମ କରିବି । ସେ କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ଧନ୍ୟବାଦ ଜଣାଇବା ସହ ସମାନଙ୍କ ନିକଟରେ ଋଣି ବୋଲି କହିଛନ୍ତି । କଂଗ୍ରେସର ତାଙ୍କ ଉପରେ ଏତେ ଭରସା ରହିଛି ବୋଲି ଦଳ ପକ୍ଷରୁ ତାଙ୍କୁ ଗୁରୁଦାୟିତ୍ୱ ଦିଆଯାଇଥିବା ସେ କହିଛନ୍ତି । ସେ କହିଛନ୍ତି ପଞ୍ଜାବ ମଡେଲ ଓ ହାଇକମାଣ୍ଡଙ୍କୁ ୧୮ ସୂତ୍ରୀ ଏଜେଣ୍ଡା ମାଧ୍ୟମରେ ଲୋକଙ୍କୁ ଶାସନ କ୍ଷମତା ଫେରାଇ ଦେବାଲାଗି ସେ ବିନମ୍ର ଭାବେ ଜଣେ ଦଳୀୟ କାର୍ଯ୍ୟକର୍ତ୍ତା ଭାବେ କାମ କରିବେ । ନେହେରୁଙ୍କ ସହ ତାଙ୍କ ପିତାଙ୍କ ଫଟୋ ଶେୟାର କରି ସେ କହିଛନ୍ତି ମୋ ପିତା ଜଣେ କଂଗ୍ରେସ କର୍ମୀଥିଲେ । ହେଲେ ପରେ ସେ ରାଜନୀତି ଛାଡି ଦେଶସେବାରେ ମନ ବଳାଇଥିଲେ ।

Share