ରାଜଧାନୀର ପଟିଆ, ଖଣ୍ଡଗିରିରେ କରୋନା ବେଲଗାମ୍‌: ଲଗାତାର ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା, ଆଜି ଚିହ୍ନଟ ହେଲେ…

ଭୁବନେଶ୍ୱର,୨୦।୪(ବ୍ୟୁରୋ): ଦିନକୁ ଦିନ ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ରେକର୍ଡ ସଂଖ୍ୟା ଛୁଉଁଛି। ମଙ୍ଗଳବାର ବିଏମ୍‌ସି ଅଞ୍ଚଳରେ ୫୮୧ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୧୧ଜଣ କ୍ୱାରାଣ୍ଟାଇନ୍‌ରୁ ଥିବା ବେଳେ ୪୭୦ ଲୋକାଲ କେସ୍‌ ରହିଛି। ଏହାକୁ ମିଶାଇ ରାଜଧାନୀରେ ମୋଟ ସଂକ୍ରମଣ ୩୬୭୨୮କୁ ବୃଦ୍ଧି ପାଇଛି। ସେଥିରୁ ୩୨୪୯ ଆକ୍ଟିଭ୍‌ କେସ୍‌ ରହିଛି।

ତେବେ ନୂଆ ସଂକ୍ରମିତଙ୍କ ମଧ୍ୟରୁ ସର୍ବାଧିକ ସଂକ୍ରମିତ ୧୯ଜଣ ଲକ୍ଷ୍ମୀସାଗରରୁ, ବରମୁଣ୍ଡାରୁ ୯, ଚନ୍ଦ୍ରଶେଖରପୁରରୁ ୨୨, ଡୁମ୍‌ଡୁମାରୁ ୬, ଟଙ୍କପାଣି ରୋଡ୍‌ରୁ ୨୬, ଖଣ୍ଡଗିରିରୁ ୨୯, ମଞ୍ଚେଶ୍ୱରରୁ ୧୧, ନୟାପଲ୍ଲୀରୁ ୨୪, ପଟିଆରୁ ୩୮, ପୋଖରୀପୁଟରୁ ୯, ଶୈଳଶ୍ରୀବିହାରରୁ ୬ ରହିଛି।

ବିଶେଷକରି ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ଏହା ଚିନ୍ତାର ବିଷୟ ପାଲଟିଛି। ବିଏମ୍‌ସି ପକ୍ଷରୁ ମାସ୍କ ପରିଧାନ ଏବଂ ସାମାଜିକ ଦୂରତା ରକ୍ଷା କରିବାକୁ ଜନସାଧାରଣଙ୍କୁ ନିବେଦନ କରାଯାଉଛି।

Share