ରାଜଧାନୀରେ ବେକାବୁ କରୋନା: ପଟିଆ-ନୟାପଲ୍ଲୀ-ଖଣ୍ଡିଗିରିରେ ମାଡ଼ୁଛି, ଆଜି ଚିହ୍ନଟ ହେଲେ…

ଭୁବନେଶ୍ୱର,୨୯।୪(ବ୍ୟୁରୋ): ରାଜଧାନୀରେ ଥମିବାର ନାଁ ନେଉନାହିଁ କରୋନା ସଂକ୍ରମଣ। ଗୁରୁବାର ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୮୫୧ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜଧାନୀରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୩୨,୯୬କୁ ବୃଦ୍ଧି ପାଇଛି। ସେଥିରୁ ୬୯୧୩ଜଣ ଆକ୍ଟିଭ୍‌ କେସ ରହିଥିବା ବିଏମ୍‌ସି ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।

ନୂତନ ସଂକ୍ରମିତଙ୍କ ମଧ୍ୟରୁ ୯୬ କ୍ୱାରାଣ୍ଟାଇନ୍‌ରୁ ଥିବା ବେଳେ ୭୫୫ ଲୋକାଲ କେସ୍‌ ରହିଛି। ସେଥିରୁ ସର୍ବାଧିକ ୬୧ ମାମଲା ପଟିଆରୁ, ୟୁନିଟ୍‌ ୩ରୁ ୧୧, ୫୮ ମାମଲା ନୟାପଲ୍ଲୀରୁ ଥିବା ବେଳେ ବାପୁଜୀନଗରରୁ ୭, ବରମୁଣ୍ଡାରୁ ୧୪, ବୋମିଖାଲରୁ ୧୯, ନିଳାଦ୍ରିବିହାର ୧୫, ପୋଖରୀପୁଟରୁ ୨୩, ପୁରୁଣା ଭୁବନେଶ୍ୱରରୁ ୩୭, ଡୁମଡୁମାରୁ ୧୩, ଚନ୍ଦ୍ରଶେଖରପୁରରୁ ୩୨, ଖଣ୍ଡଗିରିରୁ ୪୬, ଜାଗମରାରୁ ୧୬, ଝାରପଡ଼ାରୁ ୨୦, କଳିଙ୍ଗନଗରରୁ ୯, ବିଜେବି ନଗରରୁ ୧୯, ଜୟଦେବ ବିହାରରୁ ୧୫, ମଞ୍ଚେଶ୍ୱରରୁ ୧୯, ଲକ୍ଷ୍ମୀସାଗର ଅଞ୍ଚଳରୁ ୩୪ ପଜିଟିଭ୍‌ ରହିଛନ୍ତି। ଦିନକୁ ଦିନ ଅଙ୍କ ବଢ଼ୁଥିବାରୁ ରାଜଧାନୀବାସୀଙ୍କ ମନରେ ଭୟ ସୃଷ୍ଟି ହେଉଥିବା ପରିଲକ୍ଷିତ ହେଉଛି।

Share