Advertisement

‘ଓଡ଼ିଶାରୁ ବିଜେଡି-ନବୀନ ଯୁଗ ସରିଲା, ତାମିଲ ଶାସନ ହଟିଲା’

ଖୋର୍ଦ୍ଧା(ପ୍ରଭାତ ପାଣିଗ୍ରାହୀ),୯।୬ : ଖୋର୍ଦ୍ଧା ଜେଲରୁ ବାହାରିଲେ ନବନିର୍ବାଚିତ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ତାଙ୍କୁ ରବିବାରଠାରୁ ତିନି ଦିନ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ଅତିରିକ୍ତ ଜିଲା ଦୌରାଜଜ-୧ମ। ପୁତୁରା ଶୁଦ୍ଧିକ୍ରିୟା, ଶପଥ ଗ୍ରହଣ ଉତ୍ସବ ରେ ଯୋଗଦାନ ଏବଂ ସ୍ବାସ୍ଥ୍ୟଗତ ସମସ୍ୟାକୁ ନେଇ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ। ଗତ ୨୫ତାରିଖ ବୋଲଗଡ ବ୍ଲକ କାଉଁରୀପାଟଣା ବୁଥରେ ଇଭିଏମ୍‌ ଭାଙ୍ଗିବା ଅଭିଯୋଗ ରେ ଗିରଫ ହୋଇ ଜେଲ ଯାଇଥିଲେ। ସ୍ବାସ୍ଥ୍ୟ ବିଗିଡ଼ିିବାରୁ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଥିଲେ। ଆଜି ଜେଲରୁ ବିଧିବଦ୍ଧ ଭାବେ ୩ଦିନ ଜାମିନରେ ବାହାରିଛନ୍ତି।

ଜେଲ ବାହାରେ ତାଙ୍କୁ ଶତାଧିକ କର୍ମୀ, ନେତା ସମର୍ଥକ ଭବ୍ୟ ସମ୍ବର୍ଦ୍ଧନା ଦେଇଥିଲେ। ଫୁଲତୋଡା,ଫୁଲମାଲ ପିନ୍ଧାଇ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଜୟଶ୍ରୀରାମ ନାରାରେ ଜେଲ ପରିସର, ଖୋର୍ଦ୍ଧା ସହର କମ୍ପିଥିଲା। ଘୋଡାଗାଡିରେ ଚଢି ଯୋଦ୍ଧା ପାଇକବେଶରେ ଶତାଧିକ କର୍ମୀଙ୍କ ଗହଣରେ ପୁରା ଖୋର୍ଦ୍ଧା ସହର ପରିକ୍ରମା କରିଥିଲେ। ସବୁଠି କର୍ମୀ, ଲୋକେ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ବିଧାୟକ ପ୍ରଶାନ୍ତ ଜଗଦେବ କହିଲେ ଜେଲରେ ଥାଇ ବିଧାୟକ ଭାବେ ନିର୍ବାଚିତ ହୋଇଛି। ଆଜି ଜେଲରୁ ବାହାରି ବିଜୟ ଉତ୍ସବ ଆରମ୍ଭ କରିଛି। ଆଜିଠୁ ନବୀନ ଓ ବିଜେଡି ଦଳର ଯୁଗ ସରିଲା। ଆଜିଠୁ ଖୋର୍ଦ୍ଧା ଓ ଓଡିଶାରେ ଭାଜପାର ସରକାର ଦେଖିବେ ଜନତା। ନବୀନଙ୍କୁ କଟାକ୍ଷ କରି କହିଲେ ବିଜେଡିର ଶୋଚନୀୟ ପରାଜୟ ପରେ ନବୀନ ପାଣ୍ଡିଆନଙ୍କୁ କ୍ଲିନଚିଟ୍‌ ଦେଉଛନ୍ତି। ଓଡିଶାରୁ ତାମିଲ ଶାସନ ହଟିଲା। ଖୋର୍ଦ୍ଧା ବାସୀଙ୍କ ଅଧୁରା ସ୍ବପ୍ନ ପୂରଣ ହେବ। କାବିନ ମୁକ୍ତ ସହର, ଉନ୍ନତ ଖେଳପଡିଆ, ସ୍ବାସ୍ଥ୍ୟାବସ୍ଥା, ବରୁଣେଇ ପୀଠର ସୌନ୍ଦର୍ଯ୍ୟକରଣ ସହ ସ୍ମାରକୀ ର୍ନିମାଣ ତ୍ୱରାନ୍ବିତ କରାଯିବ ବୋଲି କହିଛନ୍ତି ଜଗଦ୍ଦେବ। ତାଙ୍କ ସାଥିରେ ପୂର୍ବତନ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ମହିଳାନେତ୍ରୀ ବାସନ୍ତୀ ମହାପାତ୍ର, ଜିଲା ସଭାପତି ରଶ୍ମୀ ମହାପାତ୍ର, ନିକୁଞ୍ଜ ପଟ୍ଟନାୟକ, ଦିପୁ ହୋତା ଓ ଅନ୍ୟମାନେ ଉପସ୍ଥିତ ଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share