Categories: ଜାତୀୟ

ବରକନ୍ୟାଙ୍କ କାର୍‌କୁ ମୁହାଁମୁହିଁ ଧକ୍କାଦେଲା ଟ୍ରକ୍‌: ନବଦମ୍ପତିଙ୍କ ସମେତ ଚାଲିଗଲା ୫ ଜୀବନ

ରାୟପୁର,୧୦ା୧୨: ରବିବାର ଛତିଶଗଡ଼ର ଜାଞ୍ଜ୍‌ଗିର-ଚମ୍ପା ଜିଲାରେ ଏକ ଦୁଃଖଦ ଘଟଣା ଘଟିଛି। ବରକନ୍ୟାଙ୍କ କାର୍‌ ସହ ଏକ ଟ୍ରକ୍‌ର ମୁହାଁମୁହିଁ ଧକ୍କା ହେବାରୁ ନବଦମ୍ପତିଙ୍କ ସହ ଆଉ ୩ ଜଣଙ୍କର ମୃତ୍ୟୁ ଘଟିଥିବା ପୋଲିସ କହିଛି।

ଜଣେ ପୋଲିସ ଅଧିକାରୀ କହିଛନ୍ତି, ମୁଲମୁଲା ପୋଲିସ ଷ୍ଟେଶନ ଅଧୀନରେ ଥିବା ପାକରିଆ ଝୁଲନ ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଥିଲା।

ପ୍ରାଥମିକ ସୂଚନା ଅନୁଯାୟୀ, ଜିଲାର ବାଲୋଡା ଗାଁର ବାସିନ୍ଦା ଶୁଭମ ସୋନି ଶନିବାର ରାତିରେ ଶିବ୍ରିନାରାୟଣର ଜଣେ କନ୍ୟାଙ୍କୁ ବିବାହ କରିଥିଲେ।

ବରକନ୍ୟା ଏବଂ ପରିବାରର ଅନ୍ୟ ତିନିଜଣ ସଦସ୍ୟ କାର୍‌ରେ ବାଲୋଡାକୁ ଫେରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍‌ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା ବୋଲି ଅଧିକାରୀ କହିଛନ୍ତି।

Share