୧୫ ଦିନ ତଳେ କରିଥିଲେ ବିବାହ, ସାମାନ୍ୟ କଥାରୁ ଗୁଳିକରି ହତ୍ୟା

ନୂଆଦିଲ୍ଲୀ, ୨୧।୭: ରାସ୍ତାରେ କାର ପାର୍କିଂକୁ ନେଇ ସାମାନ୍ୟ ଯୁକ୍ତି ତର୍କରୁ ଜଣେ ୨୯ ବର୍ଷୀୟ ଯୁବକଙ୍କୁ ହତ୍ୟା କରାଯାଇଛି । ଏପରି ଏକ ଘଟଣା ଆମେରିକାରେ ରହୁଥିବା ଜଣେ ଭାରତୀୟ ବଂଶଦ୍ଭୋବଙ୍କ ସହ ଘଟିଛି । ଅନ୍ୟଜଣେ କାର ଚାଳକଙ୍କ ଗୁଳିରେ ତାଙ୍କ ଜୀବନ ଯାଇଛି । ତେବେ ମିଳିଥିବା ସୂଚନା ଅନୁଯାୟୀ ଏହି ଯୁବକଙ୍କ ନାମ ଗଭିନ ଡାସୁଅର । ତାଙ୍କ ଘର ଆଗ୍ରା ଅଞ୍ଚଳରେ ହୋଇଥିବା ବେଳେ ସେ ଚଳିତ ବର୍ଷ ଜୁନ୍‌ ୨୯ ତାରିଖରେ ବିବାହ କରିଥିଲେ ।

କାରରେ ତାଙ୍କ ପତ୍ନୀଙ୍କ ସହ ଆସୁଥିବା ବେଳେ କୌଣସି କାରଣକୁ ନେଇ ତାଙ୍କର ଅନ୍ୟଜଣେ କାର ଚାଳକଙ୍କ ସହ ସାମାନ୍ୟ ପାଟିତୁଣ୍ଡ ହୋଇଥିଲା । ସେ ହାତରେ ବନ୍ଧୁକ ଧରି ଉକ୍ତ କାରର କାଚକୁ ପିଟିଥିଲେ । କାର ଚାଳକ ଡୋର ଖୋଲି ଗଭିନଙ୍କ ଉପରକୁ ଗୁଳି ଚଳାଇଥ ଦେଇଥିଲେ । ପରେ ତାଙ୍କୁ ଆମ଼୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଇଥିଲା । ହେଲେ ଚିକିତ୍ସା ବେଳେ ତାଙ୍କର ମୃତ୍ୟୁ ହୋଇଛି । ତେବେ ଏହି ଘଟଣାରେ ଅଭିଯୁକ୍ତ ଯୁବକକୁ ଗିରଫ କରିଥିବା ବେଳେ ସେ ଆତ୍ମରକ୍ଷା ପାଇଁ ଗୁଳି ଚଳାଇଥିବା କହିଛି । ତେଣୁ ଅଭିଯୁକ୍ତକୁ ଏବେ ପୋଲିସ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଛାଡ଼ି ଦେଇିଛି । ଏହି ଘଟଣା ଗତ ମଙ୍ଗଳବାର ଘଟିଥିବା ଆମେରିକା ପୋଲିସ କହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

କାଙ୍ଗାଳ ପାକିସ୍ତାନ ହାତରେ ଲାଗିଲା ଏମିତି ଭଣ୍ଡାର, ବଦଳିଯିବ ଭାଗ୍ୟ

ଇସଲାମାବାଦ,୭।୯: ପାକିସ୍ତାନର ଅନାହାର ଏବଂ ଦୁଃଖଦ ଅବସ୍ଥା ବିଷୟରେ ସମଗ୍ର ବିଶ୍ୱ ଅବଗତ ଅଛି। ପଡୋଶୀ ଦେଶରେ ପରିସ୍ଥିତି ଏପରି ଯେ ଅନେକ ଲୋକ ଏହାକୁ...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ୟୁନେସ-ମୋଦିଙ୍କ ମଧ୍ୟରେ କଥାବାର୍ତ୍ତା ପାଇଁ ଅନୁରୋଧ କଲା ବାଂଲାଦେଶ

ବାଂଲାଦେଶ,୭।୯: ବାଂଲାଦେଶ ଚଳିତ ସପ୍ତାହ ଆରମ୍ଭରୁ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ମହମ୍ମଦ ୟୁନୁସ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ସାକ୍ଷାତ ପାଇଁ ଏକ ଔପଚାରିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri