ଭୋପାଳ,୧୦ା୭: ମଧ୍ୟପ୍ରଦେଶର ବିଦିଶା ଜିଲାରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଜଣେ ନବବିବାହିତା ମହିଳା ତାଙ୍କ ପ୍ରେମିକଙ୍କ ସହ ମିଶି ସ୍ବାମୀଙ୍କୁ ହତ୍ୟା କରିଛନ୍ତି। ଏ ସମ୍ପର୍କରେ ସତ୍ୟ ଉନ୍ମୋଚନ କରିଛି ବିଦିଶା ପୋଲିସ।
ପୋଲିସ ଅଧୀକ୍ଷକ ବିନାୟକ ବର୍ମାଙ୍କ କହିବାନୁଯାୟୀ, ବିଦିଶା ତହସିଲ ଅନ୍ତର୍ଗତ ଲଟେରି ମଲିୟାଖେଡ ଗାଁରେ ମଙ୍ଗଳବାର ରାତିରେ ନବଦମ୍ପତି ଏକାସାଥୀରେ ବେଡ୍ରୁମ୍କୁ ଶୋଇବାକୁ ଯାଇଥିଲେ। ଏହି ସମୟରେ ନବବିବାହିତା ଜଣକ ତାଙ୍କ ପ୍ରେମିକଙ୍କୁ ଫୋନ୍ କରି ଡାକିଥିଲେ। ଆଉ କହିଥିଲେ ସୋନୁ ଶୋଇ ପଡ଼ିଲେଣି। ଶୀଘ୍ର ଆସି ମାରିଦିଅ। ଏହା ପରେ ପ୍ରେମିକ ଜଣକ ଆସି ପହଞ୍ଚିଯାଇଥିଲେ। ପରେ ଦୁହେଁ ମିଶି ତାଙ୍କୁ ହତ୍ୟା କରିଥିଲେ। ମହିଳା ଜଣଙ୍କ ସ୍ବାମୀଙ୍କ ଦୁଇହାତକୁ ଧରିଥିବା ବେଳେ ପ୍ରେମିକ ଏକ କୁରାଢ଼ିରେ ଚୋଟ ପରେ ଚୋଟ ମାରି ଚାଲିଲେ। ଫଳରେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ପ୍ରଥମରୁ ହିଁ ପୋଲିସ ମହିଳା ଜଣଙ୍କୁ ସନ୍ଦେହ କରୁଥିଲା। ଯାହା ପରବର୍ତ୍ତୀ ମୁହୂର୍ତ୍ତରେ ସତ ହୋଇଥିଲା।
ଏହି ମହିଳାଙ୍କ ନାମ କ୍ରିଷ୍ଣା ଦେବୀ ଏବଂ ପ୍ରେମିକ ଶୁଭମ୍ଙ୍କ ସହ ୪ ବର୍ଷ ଧରି ତାଙ୍କର ପ୍ରେମ ସମ୍ପର୍କ ଥିଲା। ବିବାହ ପରେ ମଧ୍ୟ କ୍ରିଷ୍ଣା ତାଙ୍କ ପ୍ରେମିକଙ୍କୁ ଭଲ ପାଉଥିଲେ। କ୍ରିଷ୍ଣା ବାପଘରକୁ୍ ସ୍ବାମୀଙ୍କ ସହ ବୁଲିବାକୁ ଆସିଥିଲେ। ଏହି ସମୟରେ ପ୍ରେମିକଙ୍କ ସହ ମିଶି ସ୍ବାମୀଙ୍କୁ ହତ୍ୟା କରିଥିବା ପୋଲିସ ନିକଟରେ ସ୍ବୀକାର କରିଛନ୍ତି। ତେବେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି।