ଲୋକମାନେ ନିଜ ବିବାହକୁ ସ୍ମରଣୀୟ କରିବା ପାଇଁ କିଛି ବି କରିବାକୁ ଚାହାନ୍ତି। ଏଥିପାଇଁ ସେମାନେ କିଛି ବିଶେଷ ବ୍ୟବସ୍ଥା ମଧ୍ୟ କରିଥାନ୍ତି। ହେଲେ ପାକିସ୍ତାନର ଏକ ଦମ୍ପତି ନିଜ ବିବାହର ଫଟୋକୁ ଭିନ୍ନ କରିବାକୁ ଚାହିଁଥିଲେ। ଏଥିପାଇଁ ସେମାନେ ଏକ ସିଂହ ଛୁଆ ସହ ବିବାହ ଫଟୋଶୁଟ୍ କରିଥିଲେ। କିନ୍ତୁ ଏହି ଫଟୋଶୁଟ୍ କକ୍କରରେ ତାଙ୍କୁ ଜେଲ ମଧ୍ୟ ଦେଖିବାକୁ ପଡ଼ିଲା।
ଏହି ସିଂହ ଛୁଆକୁ ବିଶେଷ ଭାବେ ଫଟୋଶୁଟ୍ ପାଇଁ ମଗାଯାଇଥିଲା। ଏହି ଦମ୍ପତି ସିଂହ ଛୁଆକୁ କୋଳରେ ଧରି ଫଟୋ ଉଠାଇଥିଲେ। ଏହି ଫଟୋ ଭାଇରାଲ ହେବା ପରେ ହଙ୍ଗାମା ହୋଇଥିଲା। ବନ୍ୟପ୍ରାଣୀ ବିଭାଗ, ପଞ୍ଜାବ ଏହାର ସନ୍ଧାନ ଆରମ୍ଭ କରିଥିଲା। ପରେ ଉକ୍ତ ଦମ୍ପତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା। ଅଧିକାରୀଙ୍କ କହିବାନୁଯାୟୀ, ବିବାହ ସମୟରେ ଏହି ପଶୁପକ୍ଷୀଙ୍କୁ ରଖାଯାଇପାରିବ। ମାତ୍ର ସେଗୁଡିକୁ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରିପାରିବେ ନାହିଁ।