ଲକ୍ଷ୍ନୌ,୧୮।୬: ଉତ୍ତର ପ୍ରଦେଶର ମହାରାଜଗଞ୍ଜରେ ଜଣେ ଦେଢ ମାସ ତଳେ ବିବାହ କରିଥିବା ମହିଳା ଏବେ ୪ ମାସର ଗର୍ଭବତୀ। ଯାହାକୁ ଜାଣିବା ମାତ୍ରେ ନବବଧୂଙ୍କ ଶାଶୁ ଏବଂ ସ୍ବାମୀ ଥାନାରେ ଅଭିଯୋଗ କରିଛନ୍ତି। କିଛି ଦିନ ତଳେ ନବ ବିବାହିତା ଜଣଙ୍କ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ। ସେଥିପାଇଁ ସ୍ବାମୀ ଓ ଶାଶୁ-ଶ୍ୱଶୁରୁ ତାଙ୍କୁ ଡାକ୍ତରଖାନା ନେଇଥିଲେ। ସେଠାରେ ପରୀକ୍ଷା କରିବା ପରେ ସେ ୪ ମାସର ଗର୍ଭବତୀ ଥିବା ଜଣାପଡ଼ିଥିଲା। ଏହା ଶୁଣି ତାଙ୍କୁ ଘରକୁ ନେବାକୁ ମନା କରିଦେଇଥିଲେ।
ସ୍ବାମୀଙ୍କ ଅଭିଯୋଗ ଅନୁଯାୟୀ, ଦୁହିଁଙ୍କ ବିବାହ ଜଣେ ସଂପର୍କୀୟଙ୍କ ମଧ୍ୟସ୍ଥିରେ ହୋଇଥିଲା। ତାଙ୍କ ସ୍ତ୍ରୀ ଗର୍ଭବତୀ ଥିବା କଥା ତାଙ୍କ ବାପ ଘର ଲୋକେ ଜାଣିଥିଲେ। ହେଲେ ବିବାହ ପୂର୍ବରୁ ସେ ବିଷୟରେ କିଛି କହି ନ ଥିଲେ ବୋଲି ନବବଧୂଙ୍କ ସ୍ବାମୀ କହିଛନ୍ତି।