ସାପ କାମୁଡ଼ାରେ ନବବିବାହିତାଙ୍କ ମୃତ୍ୟୁ

ବ୍ରହ୍ମପୁର ଅଫିସ,୩ା୭: ବିଷାନ୍ତ ସାପ କାମୁଡ଼ାରେ ବ୍ରହ୍ମପୁର ବଡ଼ ମେଡିକାଲରେ ଜଣେ ନବବିବାହିତାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବଡ଼ଗଡ଼ ଥାନା ଅଧୀନ ଦଳପତିନଗରର ବିପଦ ନାୟକଙ୍କ ସ୍ତ୍ରୀ ପାର୍ବତୀ (୧୮)। ମେଡିକାଲ ଫାଣ୍ଡି ପୋଲିସ ରବିବାର ମୃତଦେହ ଜବତ କରିଛି। ଏ ନେଇ ନଂ.୩୬୫/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି।

ପ୍ରକାଶ ଯେ, ଗତ ମାସ ୧୦ ତାରିଖରେ ପାର୍ବତୀଙ୍କ ବାହାଘର ହୋଇଥିଲା ବିପଦ ନାୟକଙ୍କ ସହିତ। ଶନିବାର ରାତିରେ ନବଦମ୍ପତି ନିଜ କୋଠରିରେ ଶୋଇଥିବା ବେଳେ ହଠାତ୍‌ ପାର୍ବତୀ ଚିତ୍କାର କରିଥିଲେ। ପାଟି ଶୁଣି ଅନ୍ୟ ଏକ କୋଠରିରେ ଶୋଇଥିବା ପରିବାର ଲୋକେ ଉଠି ଆସିବାରୁ ଉକ୍ତ ଘରେ ଏକ ସାପ ଥିବା ଦେଖିଥିଲେ। ପାର୍ବତୀଙ୍କୁ ସାପ କାମୁଡି ଦେଇଥିବା ସନ୍ଦେହ କରି ଆମ୍ବୁଲାନ୍ସ ଡକାଇ ବଡ଼ ମେଡିକାଲକୁ ନେଇଥିଲେ। ସେଠାରେ ପାର୍ବତୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

Share