Categories: ଜାତୀୟ

ନୂଆ ଆଇଟି ଆଇନକୁ ଚ୍ୟାଲେଞ୍ଜ କଲା ଏନ୍‌ବିଏ

ନୂଆଦିଲ୍ଲୀ,୮।୭: କେନ୍ଦ୍ର ସରକାରଙ୍କ ନୂଆ ଆଇଟି (ସୂଚନା ଓ ପ୍ରଯୁକ୍ତିବିଦ୍ୟା) ଆଇନକୁ କେରଳ ହାଇ କୋର୍ଟରେ ଚ୍ୟାଲେଞ୍ଜ କରିଛି ଦେଶର ୨୫ ଅଗ୍ରଣୀ ଖବର ପ୍ରଦାନକାରୀ ସଂସ୍ଥା ଓ କରେଣ୍ଟ ଆଫାୟର୍ସ ବ୍ରଡକାଷ୍ଟର୍ସଙ୍କୁ ନେଇ ଗଠିତ ନ୍ୟୁଜ ବ୍ରଡକାଷ୍ଟର୍ସ ଆସୋସିଏଶନ (ଏନ୍‌ବିଏ)। ନୂଆ ଆଇନ କର୍ତ୍ତୃପକ୍ଷଙ୍କୁ ବିନା କାରଣରେ ଅତ୍ୟଧିକ କ୍ଷମତା ଦେବା ସହ ଅଯଥାରେ ଗଣମାଧ୍ୟମର ଅଭିବ୍ୟକ୍ତର ସ୍ବାଧିନତାକୁ ସଙ୍କୋଚିତ କରୁଥିବା ଏହି ଆବେଦନ କୁହାଯାଇଛି। ନୂଆ ଆଇଟି ଆଇନ ସରକାରଙ୍କୁ ଡିଜିଟାଲ ନ୍ୟୁଜ ମିଡିଆକୁ ନିୟନ୍ତ୍ରଣ କରିବାକୁ ଅନୁପଯୁକ୍ତ କ୍ଷମତା ପ୍ରଦାନ କରୁଥିବା ଆବେଦନରେ ଦର୍ଶାଯାଇଛି ଏନ୍‌ବିଏ।

ଏନ୍‌ବିଏର ଆବେଦନରେ କୁହାଯାଇଛି ଯେ, ନୂଆ ସୂଚନା ଓ ପ୍ରଯୁକ୍ତିବିଦ୍ୟା ଆଇନ ୨୦୨୧ ବର୍ତ୍ତମାନ ପ୍ରଚଳିତ ସୂଚନା ଓ ପ୍ରଯୁକ୍ତିବିଦ୍ୟା ୨୦୦୦ ଆଇନ ସହ ସମ୍ବିଧାନର ୧୪ ଓ ୧୯ ଧାରାକୁ ଉଲ୍ଲଂଘନ କରୁଛି। ଦେଶର ସବୁଠୁ ବଡ଼ ଖବର ସଂସ୍ଥା ପ୍ରେସ ଟ୍ରଷ୍ଟ ଅଫ୍‌ ଇଣ୍ଡିଆ (ପିଟିଆଇ) ନୂଆ ଆଇଟି ଆଇନ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିବାର ଗୋଟିଏ ଦିନ ପରେ ସମାନ ପଦକ୍ଷେପ ନେଇଛି ଏନ୍‌ବିଏ।

Share