ଅଭିନେତା ଶାହରୁଖ ଖାନ କରୋନା ରୋଗୀଙ୍କୁ ସହାୟତାର ହାତ ବଢାଇଛନ୍ତି। ସେମାନଙ୍କ ରହିବା ପାଇଁ ନିଜ ଅଫିସ୍କୁ ଗତ ୩ ମାସ ହେବ ବିଏମ୍ସିକୁ ଦେଇଛନ୍ତି। ଗତ କିଛି ଦିନ ହେବ ଏହାକୁ କ୍ୱାରାଣ୍ଟାଇନ୍ ଭାବେ ବ୍ୟବହୃତ ହେଉଥିବାବେଳେ ଏବେ ଗୁରୁତର ରୋଗୀଙ୍କୁ ଏଠାରେ ଚିକିତ୍ସା କରାଯିବ ବୋଲି ଜଣାପଡିଛି। ଶାହରୁଖଙ୍କ ଏହି ୪ ମହଲା ଅଫିସ୍କୁ ଏବେ ୧୫ଟି ବେଡ୍ ବିଶିଷ୍ଟ ଆଇସିୟୁରେ ପରିଣତ କରାଯାଇଛି। ଏଥିପାଇଁ ଆବଶ୍ୟକ ଉପକରଣ ଗୁଡିକୁ ମଧ୍ୟ ସେଠାରେ ଲଗାଯାଇଛି। ହିନ୍ଦୁଜା ହସ୍ପିଟାଲର ଡାକ୍ତର ଅବିନାଶ ସୁପେ କହିଛନ୍ତି, କରୋନା ସମୟରେ ଅଧିକରୁ ଅଧିକ ଆଇସିୟୁ ବେଡ୍ ଆବଶ୍ୟକ ରହିଛି। ତେଣୁ ଶାହରୁଖଙ୍କ ବଙ୍ଗଳାକୁ ଏବେ ଆଇସିୟୁ ରୂପେ ବ୍ୟବହାର କରାଯିବ। ସୂଚନାଯୋଗ୍ୟ, କରୋନା ସମୟରେ ଶାହରୁଖ ବିଭିନ୍ନ ରାଜ୍ୟ ସରକାରଙ୍କୁ ସହାୟତାର ହାତ ବଢାଇଛନ୍ତି।