କରୋନାରେ ପୁଣି ଜଣେ ଖବରଦାତାଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା

ପାରଳାଖେମୁଣ୍ଡି,୧୨ା୭(ସ୍ବ.ପ୍ର.)-ଗଜପତି ଜିଲାର ଜଣେ କୋଭିଡ୍‌ ଯୋଦ୍ଧା ତଥା ବରିଷ୍ଠ ଖବରଦାତା କେ. ସିଏଚ. ରତନମ୍‌ଙ୍କ ଭୁବନେଶ୍ୱରସ୍ଥିତ ହାଇଟେକ୍‌ ମେଡିକାଲରେ ରବିବାର ପରଲୋକ ହୋଇଯାଇଛି। ସେ ଦୈନିକ ତେଲୁଗୁ ‘ଇନାଡୁ’ ପତ୍ରିକାରେ ଦୀର୍ଘ ୪ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି କାର୍ଯ୍ୟ କରି ଆସୁଥିଲେ ା ଗତ କିଛିଦିନ ତଳେ ତାଙ୍କ ଦେହ ହଠାତ୍‌ ଖରାପ ହେବାରୁ ତାଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ା ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରସ୍ଥିତ ହାଇଟେକ୍‌ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ା ସେଠାରେ ତାଙ୍କର କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲା ା ତାଙ୍କୁ ରବିବାର କୋଭିଡ୍‌ ହସ୍ପିଟାଲ ସ୍ଥାନାନ୍ତର କରାଯିବାର ଥିଲା ା ମାତ୍ର ତାଙ୍କର ମୃତ୍ୟୁ ହୋଇଥିବା ମେଡିକାଲ ପକ୍ଷରୁ କୁହାଯାଇଛି। ତାଙ୍କ ମୃତ୍ୟୁରେ ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ, ପାରଳା ବିଧାୟକ କେ.ନାରାୟଣ ରାଓ, ଭାଜପା ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ଜିଲା ବିଜେଡି ସଭାପତି ପ୍ରଦୀପ କୁମାର ନାୟକ, ମୋହନା ବିଧାୟକ ଦାଶରଥି ଗମାଙ୍ଗ, ସିପିଆଇ ଜିଲା ସମ୍ପାଦକ ଜନା ସୁବାସ ଚନ୍ଦ୍ର ରାଓ, ପାରଳା ନଗର କଂଗ୍ରେସ ସଭାପତି ବସନ୍ତ ପଣ୍ଡା, ବରିଷ୍ଠ ଖବରଦାତା ରବି ରଥ, ଗଜପତି ଜିଲା ସାମ୍ବାଦିକ ସଂଘ ସଭାପତି ଗରୁଡଧ୍ୱଜ ଚୌଧୁରୀ, ସାଧାରଣ ସମ୍ପାଦକ ତାରିଣୀ ପ୍ରସାଦ ପଣ୍ଡା, ଗଣେଶ ରାଜୁଙ୍କ ସହ ଅନ୍ୟମାନେ ଶୋକ ପ୍ରକାଶ କରିଛନ୍ତି।

Share