Categories: ଜାତୀୟ

ପିଓକେରେ ଭାରତର ଷ୍ଟ୍ରାଇକ ଖବରକୁ ଖଣ୍ଡନ କଲା ସେନା

ନୂଆଦିଲ୍ଲୀ,୧୯ା୧୧-ଭାରତୀୟ ସେନା ଗୁରୁବାର ପାକିସ୍ତାନ-ଅଧିକୃତ କଶ୍ମୀର (ପିଓକେ)ରେ ‘ପିନ୍‌ପଏଣ୍ଟ ଷ୍ଟ୍ରାଇକ୍‌’ କରିଛି ବୋଲି କେତେକ ଜାତୀୟ ଗଣମାଧ୍ୟମରେ ମିଛ ରିପୋର୍ଟ ପ୍ରକାଶ ପାଇଛି। ନିୟନ୍ତ୍ରଣରେଖା (ଏଲ୍‌ଓସି) ସେପଟେ ଥିବା ଆତଙ୍କବାଦୀମାନଙ୍କୁ ପାକିସ୍ତାନୀ ସେନା ଭାରତକୁ ଅନୁପ୍ରବେଶ କରାଇବା ପାଇଁ ଉଦ୍ୟମ ଚଳାଇଥିବାବେଳେ ଆର୍ଟିଲିଏରି ଓ ଟ୍ୟାଙ୍କ୍‌ ନିରୋଧୀ କ୍ଷେପଣାସ୍ତ୍ର ପ୍ରୟୋଗ କରି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଦାବି କରାଯାଇଥିଲା। ଏହି ସୀମାପାର ଷ୍ଟ୍ରାଇକ୍‌ରେ ପିଓକେସ୍ଥିତ ଆତଙ୍କବାଦୀଙ୍କ କେତେକ ଲଞ୍ଚ୍‌ପ୍ୟାଡ୍‌ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିବା କୁହାଯାଇଥିଲା। ତେବେ ପିଓକେ ଷ୍ଟ୍ରାଇକ୍‌ ନ୍ୟୁଜ୍‌ ମିଛ ବୋଲି ଭାରତୀୟ ସେନା ସ୍ପଷ୍ଟ କରିଛି। ସାମରିକ ଅପରେଶନ ମହାନିର୍ଦ୍ଦେଶକ (ଡିଜିଏମ୍‌ଓ) ଲ୍ୟୁଟ୍‌ନାଣ୍ଟ ଜେନେରାଲ ପରମଜିତ୍‌ ସିଂ କହିଛନ୍ତି, ସେନା ପକ୍ଷରୁ ପିଓକେରେ ଏପରି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ।

Share