Categories: ଜାତୀୟ

ରାହୁଲଙ୍କ ପାଖରେ ଅଛି ନଗଦ ମାତ୍ର ୫୫ ହଜାର ଟଙ୍କା! ଶେୟାର ବଜାରରେ କୋଟି କୋଟି ନିବେଶ; ଜାଣନ୍ତୁ ମୋଟ ସମ୍ପତ୍ତି କେତେ…

ନୂଆଦିଲ୍ଲୀ,୩।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର କେରଳର ଓ୍ବାୟନାଡ଼ ଲୋକ ସଭା ଆସନରୁ ନାମାଙ୍କନ ଦାଖଲ କରିଛନ୍ତି। ଏହି ସମୟରେ ରାହୁଲ ଦେଇଥିବା ଆଫିଡେଭିଟ୍‌ ଅନୁଯାୟୀ ତାଙ୍କ ପାଖରେ ଏବେ ମାତ୍ର ୫୫ହଜାର ଟଙ୍କା ନଗଦ ଟଙ୍କା ରହିଛି। ୨୦୨୨-୨୩ରେ ସେ ମୋଟ ୧,୦୨,୭୮,୬୮୦ ଟଙ୍କା ରୋଜଗାର କରିଛନ୍ତି।

ଏହାଛଡ଼ା ରାହୁଲଙ୍କ ନିର୍ବାଚନୀ ଘୋଷଣାନାମା ଅନୁଯାୟୀ ତାଙ୍କ ନାମରେ ବ୍ୟାଙ୍କରେ ୨୬.୨୫ ଲକ୍ଷ ଟଙ୍କା ଡିପୋଜିଟ୍‌ ରହିଛି। ଶେୟାର ବଜାରରେ ସେ ୪.୩୩ କୋଟି ନିବେଶ କରିଛନ୍ତି। ମ୍ୟୁଚୁଆଲ ଫଣ୍ଡରେ ତାଙ୍କର ୩.୮୧ କୋଟିର ନିବେଶ ରହିଛି। ସୋଭେରେନ୍‌ ଗୋଲ୍ଡ ବଣ୍ଡରେ ତାଙ୍କର ୧୫.୨ ଲକ୍ଷ ଟଙ୍କା ବିନିଯୋଗ ହୋଇଛି। ତାଙ୍କ ପାଖରେ ୪.୨ ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ମଧ୍ୟ ରହିଛି। ଏହାଛଡ଼ା ରାହୁଲଙ୍କ ନାମରେ ଏନ୍‌ଏସ୍‌ଏସ୍‌, ପୋଷ୍ଟାଲ ସେଭିଂ,ଇନ୍‌ସୁରାନ୍ସ ପଲିସିରେ ପ୍ରାୟ ୬୧.୫୨ ଲକ୍ଷ ଟଙ୍କାର ଡିପୋଜିଟ୍‌ ରହିଛି।

ମୋଟ ସମ୍ପତ୍ତି ଦେଖିଲେ ରାହୁଲଙ୍କ ପାଖରେ ୯,୨୪,୫୯,୨୬୪ ଚଳ ଏବଂ ୧୧,୧୪,୦୨,୫୯୮ ଟଙ୍କାର ଅଚଳ ସମ୍ପତ୍ତି ରହିଛି। ଏଣୁ ତାଙ୍କର ମୋଟ ସମ୍ପତ୍ତି ୨୦,୩୮,୬୧,୮୬୨ ଟଙ୍କା। ତେବେ ସେ ୨୦୦୪ରେ ପ୍ରଥମ ନିର୍ବାଚନ ଲଢ଼ିଥିଲେ, ସେତେବେଳେ ତାଙ୍କ ମୋଟ ସମ୍ପତ୍ତି ୫୫ ଲକ୍ଷ ଥିଲା।

Share