Categories: ଜାତୀୟ

୭ ଦିନିଆ ରିମାଣ୍ଡରେ ନ୍ୟୁଜ୍‌କ୍ଲିକ୍‌ ପ୍ରତିଷ୍ଠାତା

ନୂଆଦିଲ୍ଲୀ,୪।୧୦: ଭାରତରେ ଚାଇନା ସପକ୍ଷବାଦୀ ପ୍ରଚାର ଅଭିଯାନ ଚଳାଇବା ପାଇଁ ପାଣ୍ଠି ଗ୍ରହଣ ଅଭିଯୋଗରେ ନ୍ୟୁଜ୍‌କ୍ଲିକ୍‌ ପ୍ରତିଷ୍ଠାତାଙ୍କୁ ମଙ୍ଗଳବାର ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଗିରଫ କରିଥିଲେ। ବର୍ତ୍ତମାନ ପୋଲିସ ନ୍ୟୁଜ୍‌ ପୋର୍ଟାଲର ପ୍ରତିଷ୍ଠାତା ପ୍ରବୀର ପୁରକାୟସ୍ଥ ଏବଂ ଏଚ୍‌ଆର ମୁଖ୍ୟ ଅମିତ ଚକ୍ରବର୍ତ୍ତୀଙ୍କୁ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ହାଜର କରି ସେମାନଙ୍କୁ ୭ ଦିନ ପାଇଁ ରିମାଣ୍ଡରେ ନେଇଛି।

ଦିଲ୍ଲୀ ପୋଲିସ ଅଧିକାରୀ କହିଛନ୍ତି, ପୋଲିସ ନ୍ୟୁଜ୍‌କ୍ଲିକ୍‌ର କାର୍ଯ୍ୟାଳୟକୁ ସିଲ କରି ୪୬ଜଣ ସନ୍ଦିଗ୍ଧଙ୍କୁ ପଚରାଉଚରା କରିବା ସହ ଲାପ୍‌ଟପ୍‌ ଏବଂ ମୋବାଇଲ ଫୋନ ସମେତ ଡିଜିଟାଲ ଉପକରଣ ଏବଂ ଡକ୍ୟୁମେଣ୍ଟ ଜବତ କରିଛି। ସେ କହିଛନ୍ତି ୩୭ଜଣ ପୁରୁଷ ସନ୍ଦିଗ୍ଧଙ୍କୁ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ କାର୍ଯ୍ୟାଳୟରେ ପଚରାଉଚରା କରାଯାଇଥିବା ବେଳେ ନଅ ଜଣ ମହିଳା ସନ୍ଦିଗ୍ଧଙ୍କୁ ସେମାନଙ୍କ ଘରେ ପଚରାଉଚରା କରାଯାଇଛି।

Share