Categories: ବାଣିଜ୍ୟ

୧୨ରୁ ଗଡ଼ିବ ଆଉ ୮୦ ସ୍ପେଶାଲ ଟ୍ରେନ୍‌

ନୂଆଦିଲ୍ଲୀ,୫।୯ : ରେଳଯାତ୍ରୀଙ୍କ ପାଇଁ ଖୁସି ଖବର। ୧୨ ସେପ୍ଟେମ୍ବରଠାରୁ ୮୦ ନୂଆ ସ୍ବତନ୍ତ୍ର ଟ୍ରେନ ଚଳାଇବା ନେଇ ସରକାର ଘୋଷଣା କରିଛନ୍ତି। ଏଥିଲାଗି ୧୦ ସେପ୍ଟେମ୍ବରଠାରୁ ପଞ୍ଜୀକରଣ ଆରମ୍ଭ ହେବ। ବର୍ତ୍ତମାନ ଚଳାଚଳ କରୁଥିବା ୨୩୦ ସ୍ପେଶାଲ ଟ୍ରେନ ପରେ ଏହି ଟ୍ରେନଗୁଡିକ ଚାଲିବ ବୋଲି ଜଣାପଡ଼ିଛି। ରେଳ ବୋର୍ଡ ଅଧ୍ୟକ୍ଷ ଭିି.କେ. ଯାଦବ ଶନିବାର ଏହି ସୂଚନା ଦେଇଛନ୍ତି। କରୋନା ସଂକ୍ରମଣକୁ ଧ୍ୟାନରେ ରଖି ସରକାର ସାରା ଦେଶରେ ପାସେଞ୍ଜର, ମେଲ୍‌ ଏବଂ ଏକ୍ସପ୍ରେସ୍‌ ଟ୍ରେନ ଚଳାଚଳ ଉପରେ କଟକଣା ଲଗାଇଛନ୍ତି। ଲକ୍‌ଡାଉନ ମଧ୍ୟରେ ୧୨ ମେଠାରୁ ସ୍ବତନ୍ତ୍ର ଟ୍ରେନ ଚଳାଚଳ କରୁଛି। ଜୁନ୍‌ ୧ଠାରୁ ୧୦୦ ଯୋଡ଼ା ଟ୍ରେନ୍‌ ଚଳାଚଳ ନେଇ ଅନୁମତି ମିଳିଛି। ଏଭଳି ଭାବେ ମୋଟ ୨୩୦ ଟ୍ରେନ ଚଳାଚଳ କରୁଛି। ବର୍ତ୍ତମାନ ଆଉ ୪୦ ଯୋଡ଼ା ସ୍ବତନ୍ତ୍ର ଟ୍ରେନ ଚଳାଇବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।

Share