୨୫ ଖଣ୍ଡ ଭୋଟରେ ଜିତିଲେ ଖବରକାଗଜ ବିତରକ

ବଲାଙ୍ଗୀର ଅଫିସ,୧।୩: ବଲାଙ୍ଗୀର ଜିଲା ପୁଇଁତଳା ବ୍ଲକ ରଣ୍ଡା ପଞ୍ଚାୟତର ସମିତି ସଭ୍ୟ ଭାବେ ସୁଦାମ ନନ୍ଦ ନିର୍ବାଚିତ ହୋଇଛନ୍ତି। ଖବରକାଗଜ ବିତରକ ଭାବେ କାର୍ଯ୍ୟ କରୁଥିବା ସୁଦାମ ଚଳିତ ନିର୍ବାଚନରେ ରଣ୍ଡା ପଞ୍ଚାୟତରୁ ସମିତି ସଭ୍ୟ ପ୍ରାର୍ଥୀ ଭାବେ ରଣାଙ୍ଗନକୁ ଓହ୍ଳାଇଥିଲେ। ସୁଦାମ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ପାର୍ଥବ ତାଣ୍ଡିଙ୍କୁ ୨୫ ଖଣ୍ଡ ଭୋଟରେ ପରାଜିତ କରିଛନ୍ତି। ତାଙ୍କୁ ୭୩୦ ଖଣ୍ଡ ଭୋଟ ମିଳିଥିବା ବେଳେ ପାର୍ଥବଙ୍କୁ ୭୦୫ଖଣ୍ଡ ଭୋଟ ମିଳିଛି। ସାଧାରଣ ପରିବାରରୁ ଆସିଥିବା ସୁଦାମ ଜଣେ ଯୁବ ଖବରକାଗଜ ବିତରକ ଭାବେ ସୁନାମ ଅର୍ଜନ କରିଥିଲେ। ଏବେ ସମିତି ସଭ୍ୟ ଭାବେ ନିର୍ବାଚିତ ହେବାରୁ ସବୁଠି ତାଙ୍କର ଚର୍ଚ୍ଚା ହେଉଛି। ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି କରିବାକୁ ଚେଷ୍ଟା କରିବେ ବୋଲି ସେ କହିଛନ୍ତି।

Share