ଭୁବନେଶ୍ବର,୧୯ା୧୦(ବ୍ୟୁରୋ): ଦୁବାଇରୁ ଆରମ୍ଭ ହୋଇଥିବା ଇନଭେଷ୍ଟର୍ସ ମିଟ୍ ଏବେ ହାଇଦ୍ରାବାଦରେ ସରିଛି। ଆଗକୁ ରାୟପୁର ଓ କଲିକତାରେ ଇନଭେଷ୍ଟର୍ସ ମିଟ୍ ହେବ। ଅକ୍ଟୋବର ୨୭ରୁ ୨୯ ପର୍ଯ୍ୟନ୍ତ ରାୟପୁରରେ, ନଭେମ୍ବର ୪ରୁ ୬ ଯାଏଁ କଲିକତାରେ ନିବେଶକ ସମ୍ମିଳନୀ ହେବ। ଏନେଇ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ ସୂଚନା ଦେଇଛନ୍ତି।
୨୦୧୮ ଅପେକ୍ଷା ୨୦୨୨ରେ ଅଧିକ ପୁଞ୍ଜି ଆସିବା ନେଇ ଆଶା କରାଯାଉଛି। ମେକ୍ ଇନ ଓଡିଶାର ଦ୍ୱିତୀୟ ସଂସ୍କରଣରେ ୪ ଲକ୍ଷ ୨୩ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ପ୍ରସ୍ତାବ ଆସିଥିଲା। ନଭେମ୍ବର ୩୦ରେ ହେବାକୁ ଥିବା ମେକ୍ ଇନ ଓଡ଼ିଶାର ୩ୟ ସଂସ୍କରଣରେ ଆହୁରି ଅଧିକ ପ୍ରସ୍ତାବ ଆସିବାର ସମ୍ଭାବନା ଅଛି ବୋଲି ମନ୍ତ୍ରୀ କହିଛନ୍ତି।