ଆଗକୁ ଅଭୟଙ୍କ ଆଇପିଏସ୍‌ ଲକ୍ଷ୍ୟ

ଅତାବିରା,୨୦।୧୦(ହୃଷୀକେଶ ଖମାରୀ): ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପରିଚାଳିତ ଓଡ଼ିଶା ସିଭିଲ୍‌ ସର୍ଭିସ୍‌ (ଓସିଏଏସ୍‌) ପରୀକ୍ଷାରେ ବରଗଡ଼ ଜିଲା ଅତାବିରା ବ୍ଲକ କାଦୋବାହାଲ ପଞ୍ଚାୟତ ଅନ୍ତର୍ଗତ ଅଭୟ ମହାକୁର କୃତକାର୍ଯ୍ୟ ହୋଇଛନ୍ତି। ସେ ୪୦୭ ର଼୍ୟାଙ୍କରେ ରହିଛନ୍ତି। ଅଭୟ ଲରମ୍ଭା ହାଇସ୍କୁଲରେ ୯୧ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହେବା ପରେ ସମ୍ବଲପୁର ନିଉଟନ କଲେଜରେ ଯୁକ୍ତ୨ ପଢ଼ିଥିଲେ। ଏହାପରେ ଭୁବନେଶ୍ୱର ଓୟୁଏଟିରେ ପଢ଼ିଥିଲେ।

ସେଠାରେ ପାଠପଢ଼ା ସାରି ଅଭୟ ଓସିଏସ୍‌ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ପ୍ରଥମ ସଫଳତାରେ ଓସିଏସ୍‌ ପରୀକ୍ଷାରେ ସଫଳ ହୋଇଥିବା ଅଭୟ ଆଗକୁ ୟୁପିଏସ୍‌ସି ପରୀକ୍ଷା ଦେଇ ଆଇପିଏସ୍‌ ହେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି। ପୋଡ଼ବାଡ଼ି ଗ୍ରାମର ବାପା ସୁଶାନ୍ତ ଏବଂ ମା’ କମଳାଙ୍କ ପୁଅ ଅଭୟଙ୍କ ଏଭଳି କୃତିତ୍ୱରେ ଗ୍ରାମରେ ଖୁସିର ଲହରି ଖେଳି ଯାଇଛି। ଅଭୟଙ୍କ ବାପା ସମଲେଶ୍ୱରୀ ଆଞ୍ଚଳିକ ଦୁଗ୍ଧ ଉପତ୍ାଦକ ସମବାୟ ସଂଘ, ସମ୍ବଲପୁର ପରିଚାଳିତ ବରଗଡ଼ ଦୁଗ୍ଧ ପ୍ଲାଣ୍ଟର ୟୁନିଟ୍‌ ଇନ୍‌ଚାର୍ଜ ଭାବେ କାର୍ଯ୍ୟରତ ଥିବାବେଳେ ମା’ ଗୃହିଣୀ ଅଟନ୍ତି। ମା’ ବାପା ଏବଂ ଗୁରୁଜନଙ୍କ ଆଶୀର୍ବାଦରୁ ସେ ଏଭଳି ସଫଳତା ପାଇଥିବା ଅଭୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପରେ ମା’ କୋଳକୁ ଫେରିଲା ଶିଶୁପୁତ୍ର

ଭୁବନେଶ୍ୱର,୧୫।୪(ସୁନିତ ମିଶ୍ର): ଭୁବନେଶ୍ୱରରୁ ଅପହୃତ ଶିଶୁପୁତ୍ର ବାଲେଶ୍ୱରରୁ ଉଦ୍ଧାର ପରେ ମଙ୍ଗଳବାର କ୍ୟାପିଟାଲ ହସ୍ପଟାଲରେ ସ୍ବାସ୍ଥ୍ୟ ପରୀକ୍ଷା ପରେ ମା’ କୋଳକୁ ଫେରେଇ ଦିଆଯାଇଛି। ଛୁଆକୁ...

ହନୁମାନ ଜୟନ୍ତୀରେ ଗଦା ବୁଲାଇଲେ ସ୍ବାସ୍ଥ୍ୟମନ୍ତ୍ରୀ, ଏମପି : ନାଚିଲେ ଭକ୍ତଙ୍କ ସହ

ପଦ୍ମପୁର,୧୫।.୪ (ପ୍ରଦୀପ୍ତ ଦାଶ) ଚଳିତ ବର୍ଷ ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ଓଡ଼ିଆ ନବ ବର୍ଷ ତଥା ମହାବୀର ହନୁମାନଙ୍କ ଜନ୍ମତ୍ସବ ଅବସରରେ ବରଗଡ଼ ଜିଲା ପଦ୍ମପୁର...

ହସ୍ପିଟାଲରୁ ପିଲା ଚୋରି ହେଲେ ଲାଇସେନ୍ସ ହେବ ରଦ୍ଦ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୫।୪: ଶିଶୁ ଚାଲାଣ ମାମଲା ଉପରେ ସୁପ୍ରିମକୋର୍ଟ ଏକ ବଡ଼ ନିଷ୍ପତ୍ତି ଦେଇଛନ୍ତି। ନବଜାତ ଶିଶୁ ଚୋରି ସହ ଜଡିତ ମାମଲା ଉପରେ ରାଜ୍ୟ ସରକାରମାନେ...

KIIT ବିଶ୍ବବିଦ୍ୟାଳୟ ବସ୍‌ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ

ଭୁବନେଶ୍ୱର,୧୫।୪:ସ KIIT ବିଶ୍ବବିଦ୍ୟାଳୟ ବସ୍‌ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳାଙ୍କ ପରିଚୟ ମିଳିପାରି ନାହିଁ। ଉତ୍କଳ ହସ୍ପିଟାଲ ନିକଟରେ ମହିଳାଙ୍କୁ ବସ୍‌...

ଖାର୍ଗେଙ୍କ ସହ ବୈଠକରେ ବସିଲେ ରାହୁଲ-ତେଜସ୍ବୀ

ନୂଆଦିଲ୍ଲୀ,୧୫।୪: ଚଳିତ ବର୍ଷ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାକୁ ନେଇ, ମହାମେଣ୍ଟର ଦୁଇ ପ୍ରମୁଖ ଦଳ ଆରଜେଡି ଏବଂ କଂଗ୍ରେସର ନେତାମାନଙ୍କର ଏକ...

୧୭ରେ ଓଡ଼ିଶା ଆସିବେ ଗଡ଼କରି: କରିବେ ବଡ଼ ଘୋଷଣା..

ଭୁବନେଶ୍ୱର,୧୫।୪: କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରି ୧୭ ତାରିଖରେ ଓଡ଼ିଶା ଆସିବେ। ସେ କଟକରେ ମହତାବଙ୍କ ଜୟନ୍ତୀ ଉତ୍ସବରେ ଯୋଗଦେବେ। ପରେ ବିଭିନ୍ନ NHAI...

ମେରୁ ଯାତ୍ରା ଦେଖି ଫେରୁଥିବାବେଳେ ଦୁର୍ଘଟଣା: ୭ ଗୁରୁତର

ଦାରିଙ୍ଗବାଡି, ୧୫।୪ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ କିରିକୁଟି ପଞ୍ଚାୟତ ମୁଣ୍ଡାନାଜୁ ଗ୍ରାମର ଜାତୀୟ ରାଜପଥ ଉପରେ ଏକ ଯାତ୍ରୀବାହH ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇ...

ବଢିଲା ହୋମଗାର୍ଡ ପଦବୀ: ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର,୧୫।୪(ସୁନିତ ମିଶ୍ର): ରାଜ୍ୟରେ ଏବେ ଗୃହରକ୍ଷୀ(ହୋମଗାର୍ଡ) ନିଯୁକ୍ତି ଚାଲିଥିବା ବେଳେ ସୃଷ୍ଟି ହୋଇଛି ଅତିରିକ୍ତ ୨,୫୦୦ ପଦବୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image