ଆସନ୍ତା ମାସରେ ୟୁଏଇ ଯିବେ ମୋଦି, ‘ଅହଲାନ ମୋଦି’ କର୍ଯ୍ୟକ୍ରମରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିବେ

ଆବୁ ଧାବି,୯।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ମାସରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଗସ୍ତ କରିବେ। ଏହି ସମୟ ମଧ୍ୟରେ, ଏନଆରଆଇ ସମ୍ପ୍ରଦାୟ ତାଙ୍କୁ ୧୩ ଫେବୃଆରୀରେ ଆବୁଧାବିରେ ସ୍ବାଗତ କରିବ ଏବଂ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ। ଏହି ସମାରୋହର ନାମ ‘ଅହଲାନ ମୋଦି’ (ହେଲୋ ମୋଦି) ରଖାଯାଇଛି। ଏହି କାର୍ଯ୍ୟକ୍ରମ ଶେଖ ଜାଏଦ ସ୍ପୋର୍ଟସ ଷ୍ଟାଡିୟମରେ ଅନୁଷ୍ଠିତ ହେବ।
ଆୟୋଜକମାନଙ୍କ ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, ଏହି ଅବଧି ମଧ୍ୟରେ ଷ୍ଟାଡିୟମ ସଂପୂର୍ଣ୍ଣ ଭାବେ ପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି । ଏହି ଐତିହାସିକ ଘଟଣାର ସୁଗମ ସଂଗଠନ ପାଇଁ ଅନେକ କମିଟି ଗଠନ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବା ପାଇଁ ଭାରତୀୟ ସମ୍ପ୍ରଦାୟର ଉତ୍ସାହକୁ ବଝି ହେବ ଯେ କାର୍ଯ୍ୟକ୍ରମ ଘୋଷଣା ହେବାର ୨୪ ଘଣ୍ଟା ମଧ୍ୟରେ ଏଥିରେ ୧୨ ହଜାରରୁ ଅଧିକ ଲୋକ ଏଥିରେ ଭାଗ ନେବାକୁ ପଞ୍ଜୀକୃତ ହୋଇଛନ୍ତି।
୨୦୧୫ ରେ, ୨୦୧୪ ରେ ପ୍ରଧାନମନ୍ତ୍ରୀ ହେବାର ଏକ ବର୍ଷ ପରେ, ସେ ୟୁଏଇ ଗସ୍ତ କରିଥିଲେ। ତା’ପରେ ୩୪ ବର୍ଷ ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ୟୁଏଇ ଗସ୍ତରେ ଯାଇଥିଲେ। ସେବେଠାରୁ ଫେବୃଆରୀ ୨୦୨୪ରେ ହେବାକୁ ଥିବା ଏହି ଗସ୍ତ ହେଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କର ୟୁଏଇକୁ ସପ୍ତମ ଗସ୍ତ। ତାଙ୍କର ପ୍ରତ୍ୟେକ ଗସ୍ତ ସହିତ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅଧିକ ଶକ୍ତିଶାଳୀ ହୋଇଛି ଏବଂ ବନ୍ଧୁତା ନୂତନ ଶିଖରରେ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲରେ ବିମାନ ଦୁର୍ଘଟଣା

ବ୍ରାସିଲିଆ,୨୨ା୧୨: ବ୍ରାଜିଲର ଦକ୍ଷିଣ ଭାଗରେ ଅବସ୍ଥିତ ପର୍ଯ୍ୟଟନ ସହର ଗ୍ରାମାଡୋରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ସହର କେନ୍ଦ୍ରସ୍ଥଳରେ ଥିବା...

ହସ୍ପିଟାଲକୁ ଧକ୍କାଦେଲା ହେଲିକପ୍ଟର: ଚାଲିଗଲା ୪ ଜୀବନ

ଆଙ୍କାରା,୨୨ା୧୨:ତୁର୍କୀରେ ରବିବାର ସକାଳେ ପ୍ରବଳ କୁହୁଡ଼ି ଯୋଗୁ ଏକ ହେଲିକପ୍ଟର ହସ୍ପିଟାଲ୍‌କୁ ଧକ୍କା ଦେବା ଫଳରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ହେଲିକପ୍ଟରର...

ମୋଦିଙ୍କୁ ମିଳିଲା ‘ଦ ଅର୍ଡର ଅଫ ମୁବାରକ ଅଲ କବୀର’ ସମ୍ମାନ

କୁଏତ ସିଟି,୨୨।୧୨: କୁଏତ ଗସ୍ତର ଶେଷ ଦିନ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାୟନ ପ୍ୟାଲେସରେ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। କୁଏତ ପ୍ରଧାନମନ୍ତ୍ରୀ...

ମୋଦିଙ୍କୁ କୁଏତ୍‌ରେ ଗାର୍ଡ ଅଫ ଅନର୍‌

କୁଏତ ସିଟି,୨୨।୧୨: କୁଏତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି। କୁଏତର ବାଇନ ପ୍ୟାଲେସରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗାର୍ଡ ଅଫ ଅନର...

ଆମେରିକାକୁ ବାଧ୍ୟ କଲା ଭାରତର ଶକ୍ତି, ଏହି ନିୟମକୁ କରିବାକୁ ପଡିଲା ପରିବର୍ତ୍ତନ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୨।୧୨: ଏବେ ସାରା ବିଶ୍ୱରେ ଭାରତର ଶକ୍ତି ଏବଂ ଏହାର ସାମର୍ଥ୍ୟର ଶବ୍ଦ ଶୁଣିବାକୁ ମିଳୁଛି। ଆଜି ବିଶ୍ୱର ସମସ୍ତ ଦେଶ ଭାରତର ଶକ୍ତିକୁ ସ୍ବୀକୃତି...

ବାଂଲାଦେଶର ବଡ଼ ଅଭିଯୋଗ; ‘ଆମ ଲୋକଙ୍କୁ ଜବରଦସ୍ତ ନିଖୋଜ କରିବା ପଛରେ ଭାରତର ହାତ…

ଢାକା,୨୨।୧୨: ଭାରତ ଉପରେ ଆଉ ଏକ ବଡ଼ ଅଭିଯୋଗ ଲଗାଇଛି ବାଂଲାଦେଶ। ଏହାର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଦ୍ୱାରା ଗଠିତ ଏକ ଅନୁସନ୍ଧାନ କମିଶନ କହିଛନ୍ତି ଯେ...

ଟ୍ରକ୍‌କୁ ପିଟି ଜଳିଗଲା ବସ୍‌: ୩୮ ଜଣଙ୍କ ଜୀବନ ଗଲା, ୯ ଗୁରୁତର

ବ୍ରାସିଲିଆ,୨୨ା୧୨: ଏକ ଯାତ୍ରୀବାହୀ ବସ୍‌ ଟ୍ରକ୍‌କୁ ଧକ୍କା ଦେବା ପରେ ହୁତୁହୁତ ହୋଇ ରାସ୍ତାରେ ଜଳିଯାଇଛି। ଫଳରେ ୩୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୯ ଜଣ...

ଗୁରୁତ୍ୱପୂର୍ଣ୍ଣ ବିଲ୍‌ରେ ଦସ୍ତଖତ କଲେ ବାଇଡେନ, ଟଳିଲା ଶଟଡାଉନ୍ ବିପଦ

ନୂଆଦିଲ୍ଲୀ, ୨୧।୧୨: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଶନିବାର ମଧ୍ୟଭାଗରେ ସରକାରଙ୍କୁ ପାଣ୍ଠି ଯୋଗାଇବା ପାଇଁ କଂଗ୍ରେସ ଦ୍ୱାରା ପାରିତ ହୋଇଥିବା ଆଇନରେ ଦସ୍ତଖତ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri