Categories: ଜାତୀୟ

ମହାରାଷ୍ଟ୍ରର ପରବର୍ତ୍ତୀ ବାଚସ୍ପତି କଂଗ୍ରେସରୁ

ପୁଣେ, ୧୧।୭: ମହାରାଷ୍ଟ୍ର ବିଧାନସଭାର ପରବର୍ତ୍ତୀ ବାଚସ୍ପତି କଂଗ୍ରେସ ଦଳରୁ ହେବେ। ଏନେଇ ଶାସକ ମହା ବିକାଶ ଅଘାଡ଼ି(ଏମ୍‌ଭିଏ) ନିଷ୍ପତ୍ତି ନେଇଥିବା ଏନ୍‌ସିପି ଅଧ୍ୟକ୍ଷ ଶରଦ ପାଓ୍ବାର ରବିବାର ସୂଚନା ଦେଇଛନ୍ତି।

କଂଗ୍ରେସ ବିଧାୟକ ନାନା ପାଟୋଲ ଦଳର ରାଜ୍ୟ ଶାଖା ଦାୟିତ୍ୱ ନେବା ପାଇଁ ଗତ ଫେବୃୟାରୀରେ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ। କଂଗ୍ରେସ ଯାହାଙ୍କୁ ବାଚସ୍ପତି ପ୍ରାର୍ଥୀ କରିବ ତାଙ୍କୁ ଶିବସେନା ଏବଂ ଏନ୍‌ସିପି ସମର୍ଥନ ଦେବା ଲାଗି ନିଷ୍ପତ୍ତି ନେଇଛନ୍ତି। ବାଚସ୍ପତି ପଦ ତୁରନ୍ତ ପୂରଣ କରିବା ପାଇଁ ରାଜ୍ୟପାଳ ବି.ଏସ୍‌. କୋଶ୍ୟାରି ନିକଟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ପତ୍ର ଲେଖିଥିଲେ।

Share