Categories: ଜାତୀୟ

ଏଥର ସକାଳ-ସନ୍ଧ୍ୟା ନୁହେଁ ଠିକ୍ ସମୟରେ ହେବ ଶପଥ ଗ୍ରହଣ: ଫଡନବିଶ

ମୁମ୍ବାଇ,୨୪ ।୧୧: ମହାରାଷ୍ଟ୍ର ରାଜନୀତି ପୁଣି ହୋଇଛି ସରଗରମ । କେନ୍ଦ୍ରମନ୍ତ୍ରୀ ରାଓସାହେବ ଦାନୱେ ପାଟିଲ ଦାବି କରିଛନ୍ତି ଯେ ମହାରାଷ୍ଟ୍ରରେ ଖୁବ୍‌ଶୀଘ୍ର ଭାରତୀୟ ଜନତା ପାର୍ଟି(ଭାଜପା) ସରକାର ଗଠନ କରିବ । ଆଉ ଏହାକୁ ନେଇ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶ କହିଛନ୍ତି ଏଥର ଶପଥ ଗ୍ରହଣ ସକାଳେ ହେବନାହିଁ । ସୋମବାର ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ ଫଡନବିଶ କହିଛନ୍ତି ଯେତେବେଳେ ରାଜ୍ୟରେ ମହାରାଷ୍ଟ୍ର ବିକାଶ ଅଘାଡି ସରକାର ଭାଙ୍ଗିବ ଏହାପରେ ଠିକ୍ ସମୟରେ ଶପଥ ଗ୍ରହଣ ସମାରୋହ ହେବ । ହେଲେ ଏଥର ସକାଳେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ନାହିଁ । ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ବିଧାନପରିଷଦ ନିର୍ବାଚନ ପ୍ରଚାର ସମୟରେ କେନ୍ଦ୍ର ମନ୍ତ୍ରୀ ରାଓସାହେବ ଦାନବେ କହିଥିଲେ ଏମିତି ଭାବନ୍ତୁ ନାହିଁ ଯେ ରାଜ୍ୟରେ ଭାଜପା ସରକାର ଗଠନ ନ ହେବ । ମୁଁ ସ୍ପଷ୍ଟ ଭାବେ କହୁଛି ଆସନ୍ତା ୨-୩ ମାସ ମଧ୍ୟରେ ମହାରାଷ୍ଟ୍ରରେ ଭାଜପା ସରକାର ଗଠନ ହେବାକୁ ଯାଉଛି ଆପଣମାନେ ମୋ କଥା ମନେ ରଖନ୍ତୁ । ଗତବର୍ଷ ଭାଜପା ମହାରାଷ୍ଟ୍ରରେ ନଭେମ୍ବର ୨୩ରେ ସରକାର ଗଠନ କରିଥିଲା ସତ ହେଲେ ଏହା ମାତ୍ର ୮୦ ଘଣ୍ଟା ତିଷ୍ଠି ପାରିଥିଲା ।

Share