Categories: ଖେଳ

ଏହି ମସିହାରେ ଖେଳାଯିବ ପରବର୍ତ୍ତୀ ଟି-୨୦ ବିଶ୍ୱକପ୍‌,ଜାଣନ୍ତୁ କେଉଁ ଦେଶ କରିବ ଆୟୋଜନ

ନୂଆଦିଳ୍ଲୀ,୩୦।୬: ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଦଳ ୨୦୨୪ ଟି-୨୦ ବିଶ୍ୱକପ ଜିତିଛି। ଟାଇଟଲ ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ ୭ ରନ୍‌ରେ ପରାସ୍ତ କରିଛି। ଏହା ଟି-୨୦ ବିଶ୍ୱକପର ନବମ ସଂସ୍କରଣ ଥିଲା। ଏହା ସହିତ ପ୍ରଶଂସକମାନେ ଜାଣିବାକୁ ଚାହାଁନ୍ତି ଯେ, ପରବର୍ତ୍ତୀ ଟି-୨୦ ବିଶ୍ୱକପ କେବେ ଖେଳାଯିବ।
ପରବର୍ତ୍ତୀ ୨୦ଟି ବିଶ୍ୱକପ ୨୦୨୬ରେ ଖେଳାଯିବ। ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଆଇସିସି ଫେବୃଆରୀରୁ ମାର୍ଚ୍ଚ ପର୍ଯ୍ୟନ୍ତ ଏକ ୱିଣ୍ଡୋ ଦେଇଛି । ୨୦୨୬ ଆଇସିସି ପୁରୁଷ ଟି -୨୦ ବିଶ୍ୱକପର ଦଶମ ସଂସ୍କରଣ ହେବ। ଏହି ବିଶ୍ୱକପ୍‌ରେ ମୋଟ ୨୦ ଟି ଦଳ ଅଂଶଗ୍ରହଣ କରିବେ ଆଇସିସି ଆଗାମୀ ବିଶ୍ୱକପ ବିଷୟରେ ଅନେକ ସୂଚନା ଦେଇସାରିଛି।
ପରବର୍ତ୍ତୀ ବିଶ୍ୱକପ ଯଥା ୨୦୨୬ ଟି-୨୦ ବିଶ୍ୱକପ ଭାରତ ଏବଂ ଶ୍ରୀଲଙ୍କାରେ ଖେଳାଯିବ। ଉଭୟ ଦେଶ ମିଳିତ ଭାବେ ଏହାକୁ ଆୟୋଜନ କରିବେ। ୨୦୨୪ଟି -୨୦ ବିଶ୍ୱକପର ସୁପର-୮ ଦଳ ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଆୟୋଜକ ହେତୁ ଭାରତ ଏବଂ ଶ୍ରୀଲଙ୍କା ଏହାର ଏକ ଅଂଶ ହୋଇସାରିଛନ୍ତି। ରିପୋର୍ଟ ଅନୁଯାୟୀ, ୨୦୨୬ ଟି-୨୦ ବିଶ୍ୱକପ୍‌ର ଅଧିକାଂଶ ମ୍ୟାଚ ଭାରତରେ ଖେଳାଯିବ। ଏହି ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟରେ ଭାଗ ନେବାକୁ ଆମେରିକା ଦଳ ମଧ୍ୟ ଭାରତ ଆସିବ।
ଭାରତ ଏବଂ ଶ୍ରୀଲଙ୍କାରେ ଟି-୨୦ ବିଶ୍ୱକପ ୨୦୨୬ ଆୟୋଜିତ ହେବ। ଏହା ଫେବୃଆରୀରୁ ଆରମ୍ଭ ହୋଇପାରେ। ଟି-୨୦ ବିଶ୍ୱକପରେ ମୋଟ ୨୦ଟି ଦଳ ଅଂଶଗ୍ରହଣ କରିବେ। ୧୨ ଏଥିରେ ଯୋଗ୍ୟତା ଅର୍ଜନ କରିଛନ୍ତି। ଆଉ ୮ଟି ଦଳ ଯୋଗ୍ୟତା ଅର୍ଜନ କରିବେ। ୨୦ଟି ଦଳ ମଧ୍ୟରେ ମୋଟ ୫୫ଟି ମ୍ୟାଚ ଖେଳାଯିବ। କାର୍ଯ୍ୟସୂଚୀ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ।
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଦେଶ – ଭାରତ, ଶ୍ରୀଲଙ୍କା, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ବାଂଲାଦେଶ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ଆମେରିକା, ୱେଷ୍ଟଇଣ୍ଡିଜ, ନ୍ୟୁଜିଲାଣ୍ଡ, ଆୟର୍ଲାଣ୍ଡ ଏବଂ ପାକିସ୍ତାନ।

Share