Categories: ବାଣିଜ୍ୟ

ଅକ୍ଷୟ ଶକ୍ତି କ୍ରୟ କରିବ ନେକ୍ସଟ୍ରା

ଭୁବନେଶ୍ୱର,୧୯।୨: ଭାରତର ଅଗ୍ରଣୀ ଡାଟା ସେଣ୍ଟର କମ୍ପାନୀ ନେକ୍ସଟ୍ରା ଡାଟା ଲିମିଟେଡ (ଏନ୍‌ଡିଏଲ୍‌)ର ବହୁ ପ୍ରତୀକ୍ଷିତ ତଥା ଅକ୍ଷୟ ଶକ୍ତି ବ୍ୟବସାୟ ସମ୍ପ୍ରସାରଣ ସମ୍ପର୍କରେ ଘୋଷଣା କରିଛି। ଏପରିକି ଅତିରିକ୍ତ ୧୪୦,୨୦୮ ମେଗାୱାଟ ଅକ୍ଷୟ ଶକ୍ତି କ୍ରୟ କରିବାକୁ କମ୍ପାନୀ ଏକ ଦ୍ୱିପାକ୍ଷିକ ରାଜିନାମା ବା ଚୁକ୍ତିନାମା (ପାୱାର୍‌-ହୁଇଲିଂ ଏଗ୍ରିମେଣ୍ଟ) ଆମ୍ପ୍ଲନ୍‌ ଏବଂ ଆମ୍ପ୍ଲସ୍‌ ଏନର୍ଜି ସହିତ ହୋଇଛି। ନେକ୍ଟ୍ରା ଡାଟା ଲିମିଟେଡ (ଏୟାରଟେଲ ବିଓ୍ବାଇ ନେକ୍ସଟ୍ରା)ର ସିଇଓ ଆଶିଷ ଆରୋରା କହିଛନ୍ତି, ଉଭୟ ସଂସ୍ଥା ସହ ସହଭାଗିତା କରି ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଏହି ନୂତନ ସହଭାଗିତା ବ୍ରାଣ୍ଡ୍‌ର ନେତୃତ୍ୱ ପାଇଁ ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥାଏ।

ଭାରତର ସବୁଜ ଡାଟା କେନ୍ଦ୍ର ସ୍ଥାନ ଏବଂ ୨୦୩୧ସୁଦ୍ଧା ନେଟ୍‌ ଜିରୋ ନିର୍ଗମନ ହାସଲ କରିବାକୁ ଆମର ପ୍ରତିବଦ୍ଧତା ପୂରଣ କରିବା ପାଇଁ ଆମେ ଅତିରିକ୍ତ ସ୍ବଚ୍ଛ ଶକ୍ତି ଯୋଗାଣ ଓ ଅକ୍ଷୟ ଶକ୍ତି ଅଂଶକୁ ପ୍ରାୟ ୭୦% ବୃଦ୍ଧି କରିବୁ। ଅପରପକ୍ଷରେ ଏୟାରଟେଲ ଦ୍ୱାରା ପରିଚାଳିତ ନେକ୍ସଟ୍ରା ଅତିରିକ୍ତ ଅକ୍ଷୟ ଶକ୍ତି କ୍ରୟ କରିବାକୁ ଯାଉଛି, ଉପରୋକ୍ତ ଚୁକ୍ତିନାମା ଅନୁଯାୟୀ ଆମ୍ପ୍ଲନ୍‌ ଏବଂ ଆମ୍ପ୍ଲସ୍‌ ଏନର୍ଜି ଯଥାକ୍ରମେ ୪୮ ଏମଡବ୍ଲ୍ୟୁଡିସି(MWdc) ଏବଂ ୨୪.୩ ମେଗାଓ୍ବାଟର କ୍ୟାପ୍ଟିଭ୍‌ ସୋଲାର ଏବଂ ପବନ ଶକ୍ତି ପ୍ଲାଣ୍ଟ ସ୍ଥାପନ କରିବ।

ସେହିଭଳି କମ୍ପାନୀର ଓଡ଼ିଶା, ଉତ୍ତରପ୍ରଦେଶ ଏବଂ ତାମିଲନାଡୁଠାରେ ନେକ୍ସଟ୍ରାର ଡାଟା ସେଣ୍ଟର ଅବସ୍ଥିତ ଥିଲାବେଳେ ୨୫ ବର୍ଷର ଚୁକ୍ତିନାମା କମ୍ପାନୀର ନେଟ-ଶୂନ ଲକ୍ଷ୍ୟ ହାସଲ କରିବାକୁ ନେକ୍ସଟ୍ରାର ପ୍ରତିବଦ୍ଧତା ସହିତ ମେଳ ଖାଉଛି। ଉଲ୍ଲେଖଯୋଗ୍ୟ, ଦେଶର ପ୍ରମୁଖ ଟେଲିକମ କମ୍ପାନୀ ଭାରତୀ ଏୟାରଟେଲର ସହଯୋଗୀ ସଂସ୍ଥା ନେକ୍ଟ୍ରା ଡାଟା ଲିମିଟେଡ (ଏନ୍‌ଡିଏଲ) ଭାବେ କାର୍ଯ୍ୟ କରୁଛି।

Share