୯ରେ ଖୋଲିବ ନେକ୍ସସ୍‌ ସିଲେକ୍ଟ ଟ୍ରଷ୍ଟର ଆଇପିଓ

ନୂଆଦିଲ୍ଲୀ,୫।୫:ନେକ୍ସସ୍‌ ସିଲେକ୍ଟ ଟ୍ରଷ୍ଟର ଇନିସିଆଲ୍‌ ପବ୍ଲିକ୍‌ ଅଫର (ଆଇପିଓ) ୨୦୨୩ ମେ ୯ ରେ ଖୋଲିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏପରିକି ଏହା ଜରିଆରେ କମ୍ପାନୀ ପ୍ରାୟ ୩୨୦୦ କୋଟି ଟଙ୍କାର ପୁଞ୍ଜି ହାସଲ କରିବାକୁ ଲକ୍ଷ୍ୟ ରଖିଛି। ଏହି ପବ୍ଲିକ୍‌ ଅଫର ଜରିଆରେ କମ୍ପାନୀ ୧୪୦୦ କୋଟି ଟଙ୍କାର ନୂଆ ଶେୟାର ଜାରି କରିବ ଏବଂ ୧୮୦୦ କୋଟି ଟଙ୍କାର ଅଫର ଫର୍‌ ସେଲ୍‌ରେ ଅଂଶଧନକାରୀଙ୍କ ଶେୟାର ଉପଲବ୍ଧ କରାଇବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ସେହିଭଳି ଉକ୍ତ ଅଫରର ଶେୟାର ପିଛା ଦାମ୍‌ ୯୫ ଟଙ୍କାରୁ ୧୦୦ ଟଙ୍କା ମଧ୍ୟରେ ରହିଛି। ଏହି ଅଫର ୨୦୨୩ ମେ ୧୧ରେ ବନ୍ଦ ହେବ। ଏହାର ଆଙ୍କର ନିବେଶକମାନେ ୨୦୨୩ ମେ ୮ ସୁଦ୍ଧା ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ। କାରଣ ଅଫରର ଗୋଟିଏ ଦିନ ପୂର୍ବରୁ ନିବେଶକମାନେ ବିଡ୍‌ ଦାଖଲ କରିପାରିବେ।
ଉଲ୍ଲେଖଯୋଗ୍ୟ, ୱିନ୍‌ଫୋର୍ଡ ଇନ୍‌ଭେଷ୍ଟମେଣ୍ଟ ଲିମିଟେଡ୍‌ ହେଉଛି ନେକ୍ସସ୍‌ ସିଲେକ୍ଟ ଟ୍ରଷ୍ଟ୍‌ର ପ୍ରାୟୋଜକ ଏବଂ ନେକ୍ସସ୍‌ ସିଲେକ୍ଟ ମଲ୍‌ ମ୍ୟାନେଜମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ ହେଉଛି ଏହାର ମ୍ୟାନେଜର। ଆକ୍ସିସ୍‌ ଟ୍ରଷ୍ଟି ସର୍ଭିସେସ୍‌ ଲିମିଟେଡ୍‌ ହେଉଛି ନେକ୍ସସ୍‌ ସିଲେକ୍ଟ ଟ୍ରଷ୍ଟ୍‌ର ଟ୍ରଷ୍ଟି। ଏ ସମ୍ପର୍କରେ ବ୍ଲାକ୍‌ଷ୍ଟୋନ୍‌ ଏସିଆ ପାସିଫିକ୍‌ର ଅଧ୍ୟକ୍ଷ ଓ ରିଅଲ ଇଷ୍ଟେଟ୍‌ ଏସିଆର ମୁଖ୍ୟ କ୍ରିସ୍‌ ହେଡି କହିଛନ୍ତି, ଭାରତର ପ୍ରଥମ ରିଟେଲ କୈନ୍ଦ୍ରିକ ଆର୍‌ଇଆଇଟି ନେକ୍ସସ୍‌ ସିଲେକ୍ଟ ଟ୍ରଷ୍ଟ୍‌ର ଶୁଭାରମ୍ଭ କରି ଆମେ ବେଶ୍‌ ଉତ୍ସାହିତ। ଭାରତ ପ୍ରତି ଏହା ବ୍ଲାକ୍‌ଷ୍ଟୋନର ପ୍ରତିବଦ୍ଧତାକୁ ଦୋହରାଉଛି, ଯେଉଁଠାରେ ଏହା ୧୫ ବର୍ଷରୁ ଅଧିକ ସମୟ ଧରି ରହିଛି ଏବଂ ପ୍ରଥମ ଦୁଇଟି ଆର୍‌ଇଆଇଟି ଉନ୍ମୋଚନରେ ଅଂଶଗ୍ରହଣ କରିଛି। ସେହିଭଳି ନେକ୍ସସ୍‌ ସିଲେକ୍ଟ ମଲ୍‌ ମ୍ୟାନେଜମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦଲିପ୍‌ ସେହଗଲ୍‌ କହିଛନ୍ତି, ନେକ୍ସସ୍‌ ସିଲେକ୍ଟ ଟ୍ରଷ୍ଟ୍‌ ହେଉଛି, ଭାରତର ସର୍ବବୃହତ୍‌ ମଲ୍‌ ପ୍ଲାଟ୍‌ଫର୍ମ ଏବଂ ଭାରତର ସ୍ବତନ୍ତ୍ର ଉପଯୋଗିତାରୁ ଏହା ଲାଭବାନ୍‌ ହେବା ଲାଗି ବହୁତ ଭଲ ସ୍ଥିତିରେ ରହିଛି। ଭାରତର ରିଟେଲ ଯାତ୍ରାର ଆଗରେ ରହିଥିବାରୁ ଆମେ ଉତ୍ସାହିତ।
ସୂଚନାଯୋଗ୍ୟ, ଏହି ଅଫରର ବୁକ୍‌ ରନିଂ ଲିଡ୍‌ ମ୍ୟାନେଜର ଯଥା ବିଓଏଫ୍‌ଏ ସିକ୍ୟୁରିଟିଜ୍‌ ଇଣ୍ଡିଆ ଲିମିଟେଡ୍‌, ଆକ୍ସିସ୍‌ କ୍ୟାପିଟାଲ୍‌ ଲିମିଟେଡ୍‌, ସିଟି ଗ୍ରୁପ୍‌ ଗ୍ଲୋବାଲ୍‌ ମାର୍କେଟ୍‌ସ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌, ଏଚ୍‌ଏସ୍‌ବିସିସି ସିକ୍ୟୁରିଟିଜ୍‌ ଆଣ୍ଡ୍‌ କ୍ୟାପିଟାଲ ମାର୍କେଟସ୍‌ (ଇଣ୍ଡିଆ) ପ୍ରାଇଭେଟ୍‌ ଲିମିଟେଡ୍‌, ଆଇଆଇଏଫ୍‌ଏଲ୍‌ ସିକ୍ୟୁରିଟିଜ୍‌ ଲିମିଟେଡ୍‌, ଜେଏମ୍‌ ଫାଇନାନ୍ସିଆଲ୍‌ ଲିମିଟେଡ୍‌, ଜେପି ମୋର୍ଗାନ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌, କୋଟାକ୍‌ ମହିନ୍ଦ୍ରା କ୍ୟାପିଟାଲ୍‌ କମ୍ପାନୀ ଲିମିଟେଡ୍‌, ମୋର୍ଗାନ ଷ୍ଟାନ୍‌ଲି ଇଣ୍ଡିଆ କମ୍ପାନୀ ପ୍ରାଇଭେଟ୍‌ ଲିମିଟେଡ୍‌ ଓ ଏସ୍‌ବିଆଇ କ୍ୟାପିଟାଲ ମାର୍କେଟ୍‌ସ ଲିମିଟେଡ୍‌ ଆଦି ସାମିଲ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀଙ୍କ ବଡ଼ ଘୋଷଣା, ଏଣିକି ଶସ୍ତାରେ ବୁକ୍‌ କରିପାରିବେ ଟ୍ରେନ-ବସ୍‌ ଟିକେଟ୍‌

ନୂଆଦିଲ୍ଲୀ,୧୯।୧୦: ଯଦି ଆପଣ ସବୁବେଳେ ଯାତ୍ରା କରିବାକୁ ପସନ୍ଦ କରୁଛନ୍ତି, ଆପଣଙ୍କ ପାଇଁ ଖୁସି ଖବର। ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନୀ ଦ୍ୱାରା ଏକ ଏପରି...

ତନିସ୍କର ସ୍ବତନ୍ତ୍ର ଅଫର୍‌: ସୁନା-ହୀରା ମୂଲ୍ୟରେ…

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ଟାଟାର  ଗହଣା ରିଟେଲ ବ୍ରାଣ୍ଡ ତନିସ୍କ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୩ଟି  ନୂଆ ଷ୍ଟୋରର ଶୁଭାରମ୍ଭ କରିଛି। ଶୁକ୍ରବାର ଭୁବନେଶ୍ୱରର ପାତ୍ରପଡ଼ା ଓ...

୨୫ ରାଜ୍ୟ, ୧୩ ଦେଶର ଉତ୍ପାଦ ଗୋଟିଏ ସ୍ଥାନରେ

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଦଶମ ଭୁବନେଶ୍ୱର ଅନ୍ତର୍ଜାତୀୟ ବାଣିଜ୍ୟ ମେଳା- ୨୦୨୪ ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ପକ୍ଷରୁ ଶୁକ୍ରବାର ଉଦ୍‌ଘାଟନ ହୋଇଯାଇଛି। ଏହି ମେଳାର...

ଓଡ଼ିଶାରେ ୧ ଲକ୍ଷ କୋଟି ନିବେଶ କରିବ ବେଦାନ୍ତ:୨ ଲକ୍ଷ ନୂଆ ନିଯୁକ୍ତି ଆଶା

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ବେଦାନ୍ତ ଗତ ୨୦ ବର୍ଷ ମଧ୍ୟରେ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ କରିବା ସହ ରାଜ୍ୟରେ ୧ ଲକ୍ଷରୁ ଅଧିକ ନିଯୁକ୍ତି...

ପୁଣି ଛଟେଇ କରିବ ମେଟା: ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ କର୍ମଚାରୀ ସାମିଲ

ନୂଆଦିଲ୍ଲୀ,୧୭ା୧୦: ଭବିଷ୍ୟତକୁ ଦୃଷ୍ଟିରେ ରଖି ଛଟେଇ କରିବାକୁ ଯାଉଛି ମେଟା। ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ ଏବଂ ରିଅଲିଟି ଲ୍ୟାବ୍ ସମେତ ୟୁନିଟ୍ ଗୁଡିକରେ କର୍ମଚାରୀଙ୍କୁ ଛଟେଇ...

ଅକ୍ଟୋବରରେ ବଢ଼ିଲା ଏଫ୍‌ଡି ମୂଲ୍ୟ, ୭.୫%ରୁ ଅଧିକ ସୁଧହାର ଦେଉଛନ୍ତି ୧୦ ବ୍ୟାଙ୍କ

ନୂଆଦିଲ୍ଲୀ,୧୭।୧୦: କ୍ରମାଗତ ଭାବେ ବ୍ୟାଙ୍କର ନଗଦ ରାଶି ହ୍ରାସ ପାଇବା ସହିତ ବ୍ୟାଙ୍କ କାରବାରରେ ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ଉଭୟ ବ୍ୟାଙ୍କ ଓ...

ସୁଲଭ ଇଣ୍ଟରନେଟ୍ ପାଇଁ ଭାରତ ସରକାର ନେଲେ ବଡ଼ ନିଷ୍ପତ୍ତି: ପ୍ରଶଂସା କଲେ ଏଲନ ମସ୍କ

ନୂଆଦିଲ୍ଲୀ,୧୬ା୧୦: ଭାରତରେ ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଛି ସାଟେଲାଇଟ ଇଣ୍ଟରନେଟ୍। ଏଥିପାଇଁ କେନ୍ଦ୍ର ସରକାର ସ୍ପେକ୍ଟ୍ରମ୍ ନିଲାମ କରିବା ବଦଳରେ ବିଶ୍ୱ ସ୍ତରୀୟ ନୀତି ଅନୁସରଣ...

କ୍ରୋକୋଡାଇଲ ଷ୍ଟୋରର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୬।୧୦: ଦେଶର ପ୍ରମୁଖ ପ୍ରିମିୟମ ପୋଷାକ ବ୍ରାଣ୍ଡ୍‌ ତଥା ଅଗ୍ରଣୀ ରିଟେଲ ଚେନ୍‌ ‘କ୍ରୋକୋଡାଇଲ’ର ଏକ୍ସକ୍ଲୁସିଭ ଷ୍ଟୋର (କ୍ରୋକୋଡାଇଲ ସିମ୍ପୋନି ମଲ୍‌ ପାହାଳ ଷ୍ଟୋର) ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri