Categories: ଖେଳ

କୋରିଆ- ବ୍ରାଜିଲ ମୁକାବିଲା: ନେମାର ଖେଳିବା ନେଇ ସ୍ପଷ୍ଟ

ଦୋହା,୫।୧୨: ଫିଫା ବିଶ୍ୱକପର ସୋମବାର ୧୬ ତମ ମ୍ୟାଚ ଦକ୍ଷିଣ କୋରିଆ- ବ୍ରାଜିଲ ମଧ୍ୟରେ ମୁକାବିଲା ହେବ। ମ୍ୟାଚରେ ନେମାର ଖେଳିବେ ବୋଲି ବ୍ରାଜିଲର ପ୍ରଶିକ୍ଷକ ଟାଇଟ ଏକ ଖବରଦାତା ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି।

ସୂଚନା ଯୋଗ୍ୟ, ସର୍ବିଆ ବିପକ୍ଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ନେମାରଙ୍କ ଗୋଇଠିରେ ଆଘାତ ଲାଗିଥିଲା। ଫଳରେ ସେ ପରବର୍ତ୍ତୀ ଦୁଇଟି ମ୍ୟାଚ ଖେଳିପାରି ନ ଥିଲେ। ତାଙ୍କୁ ନକ୍‌ଆଉଟ ପର୍ଯ୍ୟାୟରେ ସୁସ୍ଥ କରିବା ପାଇଁ ବ୍ରାଜିଲ ପକ୍ଷରୁ ଚିକିତ୍ସା ଜାରି ରଖାଯାଇଥିଲା। ସେହିପରି ଦଳର ଡାନିଲୋ ମଧ୍ୟ ସୁସ୍ଥ ହୋଇଥିଲା ବେଳେ ସେ ମଧ୍ୟ ଖେଳିବେ ବୋଲି କୋଚ କହିଛନ୍ତି। ଏହି ମ୍ୟାଚ ରାତି ୧୨ଟା ୩୦ରେ ଖେଳାଯିବ।

Share