ଭୁବନେଶ୍ୱରରେ ସଂକ୍ରମଣ ଆହୁରି ବଢ଼ିବ

ଭୁବନେଶ୍ୱର,୫।୯(ବ୍ୟୁରୋ): ଭୁବନେଶ୍ୱରରେ ସଂକ୍ରମଣ ଆହୁରି ବଢ଼ିବାର ଆଶଙ୍କା ରହିଛି। ଏଠାରେ ଲୋକଙ୍କ ଆଣ୍ଟିବଡି ପ୍ରିଭେଲାନ୍ସ କମ୍‌ ଯୋଗୁ ଆଗକୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିପାରେ ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି। ବର୍ତ୍ତମାନ ସୁଦ୍ଧା ପାଖାପାଖି ୧୬୦୦ କମ୍ୟୁନିଟି ସାମ୍ପଲ ଟେଷ୍ଟ କରାଯାଇଛି। କିନ୍ତୁ ଏଯାଏ ସେରୋ ସର୍ଭିଲାନ୍ସରେ ହାଇରିସ୍କ ଗ୍ରୁପ୍‌ର ଟେଷ୍ଟ କରାଯାଇ ନାହିଁ। ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେର ପ୍ରଥମ ଫେଜ୍‌ ରେଜଲ୍ଟ ମିଳିସାରିଛି। ଭୁବନେଶ୍ୱରରେ ଆଣ୍ଟିବଡି ପ୍ରିଭେଲାନ୍ସ ୫.୧୫ ପ୍ରତିଶତ ରହିଛି। ଭୁବନେଶ୍ୱରର ସ୍ଥିତି ଭଲ ଅଛି, କିନ୍ତୁ ପ୍ରିଭେଲାନ୍ସ କମ୍‌ ଯୋଗୁ ରିସ୍କ ବଢ଼ିଛି। ଲୋକଙ୍କ ଆଣ୍ଟିବଡି ପ୍ରିଭେଲାନ୍ସ କମ୍‌ ଯୋଗୁ ଆଗକୁ ସଂଖ୍ୟା ବଢ଼ିପାରେ।

ଅନ୍ୟପକ୍ଷରେ ଭୁବନେଶ୍ୱରରେ ୨୪ଘଣ୍ଟାରେ ୫୫୧ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି ଓ ୨୭୨ଜଣ ଆରୋଗ୍ୟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୨,୪୦୪କୁ ବୃଦ୍ଧି ପାଇଛି। ସେହିଭଳି କରୋନାଜନିତ ମୃତ୍ୟୁ ସଂଖ୍ୟା ୪୫କୁ ବୃଦ୍ଧି ପାଇଛି।

Share