Categories: ଜାତୀୟ

ମୁଖ୍ୟମନ୍ତ୍ରୀ ସୋରେନଙ୍କୁ ପୁଣି ସମନ ପଠାଇଲା ଇଡି

ରାଞ୍ଚି,୨୭।୧: ଜମି ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଚିଠି ଲେଖିଛି। ମନି ଲଣ୍ଡରିଂ ମାମଲାରେ ପଚରାଉଚରା ପାଇଁ ସେ ୨୯ କିମ୍ବା ୩୧ଜାନୁଆରୀ ତାରିଖ ଦେବାକୁ ମୁଖ୍ୟମନ୍ତ୍ରୀ ସୋରେନଙ୍କୁ କହିଛି। ସୂଚନାନୁସାରେ, ଅନ୍ୟଥା ଏଜେନ୍ସି ନିଜେ ପଚରାଉଚରା ପାଇଁ ଯିବ।

ହେମନ୍ତ ସୋରେନଙ୍କୁ ଏ ପର୍ଯ୍ୟନ୍ତ ନଅଟି ସମନ ଜାରି କରାଯାଇଛି। ୮ମ ସମନ ସମୟରେ ତାଙ୍କୁ ଜାନୁଆରୀ ୬ରୁ ଜାନୁୟାରୀ ୨୦ପର୍ଯ୍ୟନ୍ତ ପଚରାଉଚରା ପାଇଁ ହାଜର ହେବାକୁ କୁହାଯାଇଥିଲା। ଏହା ଉପରେ ମୁଖ୍ୟମନ୍ତ୍ରୀ ଜାନୁଆରୀ ୨୦ରେ ପଚରାଉଚରା ପାଇଁ ତାଙ୍କ ବାସଭବନକୁ ଆସିବାକୁ କହିଥିଲେ। ଇଡି ସମନ ବିରୋଧରେ ମୁଖ୍ୟମନ୍ତ୍ରୀ ସୋରେନ ସୁପ୍ରିମକୋର୍ଟରେ ଏକ ପିଟଶନ ଦାଖଲ କରିଥିଲେ, କିନ୍ତୁ ସୁପ୍ରିମକୋର୍ଟ ହେମନ୍ତ ସୋରେନଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ତେବେ ନବମ ସମନରେ ସୋରେନଙ୍କୁ ଜାନୁଆରୀ ୨୭ରୁ ଜାନୁଆରୀ ୩୧ ସୁଦ୍ଧା ଇଡିରେ ହାଜର ହେବାକୁ କୁହାଯାଇଛି।

Share