Categories: ଜାତୀୟ

ପ୍ରଦୂଷିତ ସହରରେ ବାଣ ଫୁଟାଇବା ଉପରେ ଲାଗିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୯ ।୧୧: ଶୀତ ଋତୁ ଆରମ୍ଭରେ ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ ସାଂଘାତିକ ହେବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଆଗକୁ ଆସୁଥିବା ଦୀପାବଳୀରେ ଦିଲ୍ଲୀ ଏନ୍‌ସିଆର୍‌ରେ ବାଣ ଫୁଟାଇବା ଉପରେ ପ୍ରତିପବନ୍ଧକ ଲଗାଯାଇଛି । କାରଣ ଦିଲ୍ଲୀ ଏନ୍‌ସିଆର୍‌୍‌ର ପ୍ରଦୂଷଣ ସବୁଠାରୁ ଅଧିକ ରହିଛି । ସୋମବାର ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍‌ଜିଟି) କହିଛନ୍ତି ଦିଲ୍ଲୀ ସମେତ ଯେଉଁସବୁ ରାଜ୍ୟରେ ବାୟୁ ପ୍ରଦୂଷଣ ସ୍ତର ଖରାପ ରହିଛି ସେଠାରେ ନଭେମ୍ବର ୩ ପର୍ଯ୍ୟନ୍ତ କେହି ବାଣ ଫୁଟାଇ ପାରିବେ ନାହିଁ । ଏନ୍‌ଜିଟିର ନିର୍ଦ୍ଦେଶ ଅନୁଯାୟୀ, ଦିଲ୍ଲୀରେ ନଭେମ୍ବର ୯ରୁ ୩୦ ପର୍ଯ୍ୟନ୍ତ କୌଣସି ପ୍ରକାର ବାଣ ବିକ୍ରି କରାଯାଇପାରିବ ନାହିଁ କି କେହି ବାଣ ଫୁଟାଇ ପାରିବେ ନାହିଁ । ତେବେ ପରବର୍ତ୍ତି ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହା ଲାଗୁ କରାଯିବ । ଅନ୍ୟପଟେ ମୟାନଗରୀ ମୁମ୍ବାଇରେ ମଧ୍ୟ ବାଣ ଫୁଟାଇବା ଉପରେ ନଭେମ୍ବର ୩୦ ପର୍ଯ୍ୟନ୍ତ ପ୍ରତିବନ୍ଧକ ଲାଗାଯାଇଛି । କେବଳ ଦୀପାପଳି ଦିନ ରାତି ୮ଟାରୁ ୧୦ଟା ମଧ୍ୟରେ ଫୁଲଝରୀ ଓ ଅନାର ଭଳି ଶବ୍ଦହିନ ବାଣ ଫୁଟାଇବାକୁ ଲୋକଙ୍କୁ ଅନୁମତି ପ୍ରଦାନ କରିଛି ବିଏମ୍‌ସି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ୱତ୍ତି ନିଆଯାଇଛି ।

Share