କରୋନାରେ ଏନ୍‌ଜିଟି ରେଜିଷ୍ଟ୍ରାର ଜେନେରାଲଙ୍କ ପରଲୋକ

ନୂଆଦିଲ୍ଲୀ, ୮।୫: ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) ମୁଖ୍ୟ ବେଞ୍ଚ୍‌, ନୂଆଦିଲ୍ଲୀର ରେଜିଷ୍ଟ୍ରାର ଜେନେରାଲ ଆଶୁ ଗର୍ଗଙ୍କର ଶୁକ୍ରବାର ସକାଳେ ପରଲୋକ ହୋଇଯାଇଛି। ସେ କରୋନାରେ ଆକ୍ରାନ୍ତ ଥିଲେ। ୨୦୨୦ ଜାନୁୟାରୀ ୧୪ରେ ଗର୍ଗ ଏନ୍‌ଜିଟି ରେଜିଷ୍ଟ୍ରାର ଜେନେରାଲ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହା ପୂର୍ବରୁ ଦିଲ୍ଲୀର ନ୍ୟାୟିକ ଅଧିକାରୀ ଭାବେ ଗର୍ଗ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍‌, ଅତିରିକ୍ତ ବରିଷ୍ଠ ସିଭିଲ୍‌ ଜଜ୍‌, ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍‌ ଏବଂ ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ଭାବେ କାର୍ଯ୍ୟ କରିଥିଲେ।

Share