ଜିଲାପାଳଙ୍କ ସତ୍ୟପାଠକୁ ଏନ୍‌ଜିଟିର ଭର୍ତ୍ସନା

ଯାଜପୁର,୧ା୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ବ୍ୟାସନଗର ତହସିଲ ବୈତରଣୀ ନଦୀର ସାଲ୍‌ବା ବାଲିଘାଟରୁ ବେଆଇନ ଭାବେ ବାଲି ଉତ୍ତୋଳନ ଅଭିଯୋଗରେ ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନଜିଟି)ରେ ଏକ ମାମଲା ରୁଜୁ ହୋଇଥିଲା। ଜେସିବି ମେଶିନରେ ଅଭିଯୋଗକାରୀଙ୍କ ଦାଖଲ ଫଟୋ ଧନତ୍ରୀ ଏବଂ ଗୋବିନ୍ଦପୁର ବାଲିଘାଟ ଅଞ୍ଚଳର ବୋଲି ଦର୍ଶାଇ ମାମଲାକୁ ଚାପି ଦିଆଯାଇଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷେ ଏନ୍‌ଜିଟି ପକ୍ଷରୁ ହୋଇଥିବା ଚୂଡ଼ାନ୍ତ ଶୁଣାଣୀରେ ଯାଜପୁର ଜିଲାପାଳଙ୍କ ସତ୍ୟପାଠକୁ ଭର୍ତ୍ସନା କରାଯାଇଛି। ଯଦି ଧନତ୍ରୀ ଓ ଗୋବିନ୍ଦପୁର ବାଲିଘାଟର ଫଟୋ ଚିତ୍ର ପ୍ରମାଣିତ ହୋଇଛି, ତେବେ ସଂପୃକ୍ତ ଲିଜ୍‌ଧାରୀଙ୍କ ବିରୋଧରେ କାହିଁକି ଆଇନ ଅନୁଯାୟୀ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ବୋଲି ଦର୍ଶାଇ ୨ ମାସ ମଧ୍ୟରେ ଜରିମାନା ଏବଂ ପରିବେଶଗତ କ୍ଷତିପୂରଣ ଆଦାୟ କରାଯାଉ ବୋଲି ନିର୍ଦ୍ଦେଶ ହୋଇଛି।
ଯାଜପୁର ଜିଲା ଦେଇ ପ୍ରବାହିତ ବୈତରଣୀ ନଦୀର ସାଲ୍‌ବା ବାଲିଘାଟରୁ ପରିବେଶଗତ ଅନୁମତି ଚୁକ୍ତିର ଉଲ୍ଲଂଘନ କରି ଜେସିବି ମେଶିନରେ ବାଲି ଉତ୍ତୋଳନ କରି ଓଭରଲୋଡିଂ ପରିବହନ ହେଉଥିବା ନେଇ ଏନ୍‌ଜିଟିରେ ୨୩/୨୦୨୩/ଇଜେଡ କେଶ ନମ୍ବରରେ ମାମଲା ରୁଜୁ ହୋଇଛି। ବ୍ୟାସନଗର ତହସିଲ ଅନ୍ତର୍ଗତ ସାଲ୍‌ବା, ରୁଢିଆ, ଧନତ୍ରୀ ଓ ଗୋବିନ୍ଦପୁର ଗ୍ରାମବାସୀ ଗତ ମାର୍ଚ୍ଚରେ ସାଲ୍‌ବା ବାଲିଘାଟରେ ବେଆଇନ ଉତ୍ତୋଳନ ହେଉଥିବା ନେଇ ଏନ୍‌ଜିଟିରେ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁଯାୟୀ, ଓଡ଼ିଶା ମାଇନର ମିନେରାଲ୍ସ ରୁଲ୍ସ-୨୦୧୬ ଅନୁସାରେ ବୈତରଣୀ ନଦୀର ସାଲ୍‌ବା ବାଲିଘାଟ ନୂତନ ଭାବେ ସୃଷ୍ଟି କରାଯାଇଛି। ଏହି ବାଲିଘାଟରୁ ବାର୍ଷିକ ୧୬,୭୩୦ ଘନ ମିଟର ବାଲି ଉତ୍ତୋଳନ କରାଯାଇ ପାରିବ ଏବଂ ସରକାରଙ୍କ ରାଜସ୍ବ ବୃଦ୍ଧିରେ ସହାୟକ ହେବ। ନଦୀବନ୍ଧଠାରୁ ଏହି ବାଲିଘାଟ ୨ କିମି ଦୂରତାରେ ରହିଛି। ତେବେ ଅଭିଯୋଗକାରୀଙ୍କ ଅଭିଯୋଗ ଅନୁସାରେ ଏହି ବାଲିଘାଟରୁ ପ୍ରତ୍ୟହ ବେଆଇନ ଭାବେ ବାଲି ଚୋରାଚାଲାଣ ହେଉଛି। ହେଭି ଟ୍ରକ ନିୟୋଜନ କରି ଗ୍ରାମ୍ୟ ରାସ୍ତାରେ ବିନା ଘୋଡେଇରେ ବାଲି ପରିବହନ କରାଯାଉଛି। ଫଳରେ ଗ୍ରାମ୍ୟ ରାସ୍ତା କ୍ଷତିଗ୍ରସ୍ତ ହେବା ସହ ବାଇକ୍‌ ଦୁର୍ଘଟଣା ଘଟୁଛି। ଏନେଇ ଏନ୍‌ଜିଟି ପକ୍ଷରୁ ହୋଇଥିବା ନିର୍ଦ୍ଦେଶ ଅନୁସାରେ ଯାଜପୁର ଜିଲାପାଳଙ୍କ ନୋମିନି ଭାବେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରା ଓ ବ୍ୟାସନଗର ତହସିଲଦାର ଅଶୋକ କୁମାର ମାଝୀ ଗତ ୧୫ା୪ା୨୦୨୩ରେ ଯୁଗ୍ମ ଭାବେ ତଦନ୍ତ କରିଥିଲେ। ଲିଜ୍‌ ଏରିଆ ଉପଯୁକ୍ତ ଭାବେ ଚିହ୍ନଟ, ଗ୍ରାମ୍ୟ ରାସ୍ତାରେ ବାଲି ବୋଝେଇ ଗାଡ଼ି ଚଳାଚଳ ହେଉ ନ ଥିବା, ପରିବହନରେ ହେଭି ଟ୍ରକ ବ୍ୟବହାର ହେଉ ନ ଥିଲା, ବାଲି ଉତ୍ତୋଳନରେ ଜେସିବି ମେଶିନ ଲଗା ଯାଇ ନ ଥିଲା ବୋଲି ଲିଜ୍‌ଧାରୀଙ୍କ ସପକ୍ଷରେ ତଦନ୍ତକାରୀ ଦଳ ରିପୋର୍ଟ ପ୍ରଦାନ କରିଥିଲେ। ଏହାପରେ ଅଭିଯୋଗକାରୀମାନେ ଗ୍ରାମ୍ୟ ରାସ୍ତାରେ ହେଭି ଟ୍ରକ ଚଳାଚଳ ଏବଂ ସାଲ୍‌ବା ବାଲି ଖାଦାନରେ ଜେସିବି ମେଶିନର ବ୍ୟବହାର ହୋଇଥିବା ଫଟୋ ସଂଲଗ୍ନ କରି ୧୨ା୭ା୨୦୨୩ରେ ଏକ ସତ୍ୟପାଠ ଦାଖଲ କରିଥିଲେ। ଏହାପରେ ଲିଜ୍‌ଧାରୀ ଏକ କାଉଣ୍ଟର ସତ୍ୟପାଠ ଦାଖଲ କରିଥିଲେ। ସେ ତାଙ୍କ ସତ୍ୟପାଠରେ ହେଭି ଭାଇକିଲ ଓ ଜେସିବି ମେଶିନ ବ୍ୟବହାର କରୁ ନାହାନ୍ତି, ଗାଡି ଚଳାଚଳ ହେଉଥିବା ରାସ୍ତା କ୍ଷତିଗ୍ରସ୍ତ ହେଉନାହିଁ, ରାସ୍ତାର ଉଭୟ ପାର୍ଶ୍ୱରେ ବନୀକରଣ କରାଯାଇଛି, ଅଭିଯୋଗକାରୀଙ୍କ ପକ୍ଷରୁ ଦାଖଲ ହୋଇଥିବା ଫଟୋ ତାଙ୍କ ଲିଜ୍‌ ଅଞ୍ଚଳ ବାହାର ଧନତ୍ରୀ ଓ ଗୋବିନ୍ଦପୁର ବାଲିଘାଟର ବୋଲି ଦର୍ଶାଇଥିଲେ। ଏହାପରେ କମିଟି ପକ୍ଷରୁ ହୋଇଥିବା ତଦନ୍ତ ରିପୋର୍ଟ, ଲିଜ୍‌ଧାରୀଙ୍କ ସତ୍ୟପାଠକୁ ଆଧାର କରି ଜିଲାପାଳ ୨୪ା୭ା୨୦୨୩ରେ କାଉଣ୍ଟର ସତ୍ୟପାଠ ଦାଖଲ କରିଥିଲେ। ଏଭଳି ସ୍ଥିତିରେ ଯାଜପୁର ଜିଲାପାଳଙ୍କ ସତ୍ୟପାଠ ବିବ୍ରତ କଲାଭଳି ସମ୍ପୂର୍ଣ୍ଣ ଭାବେ ଅପ୍ରତ୍ୟାଶିତ ବୋଲି ଏନ୍‌ଜିଟି ପକ୍ଷରୁ ହୋଇଥିବା ଶୁଣାଣିରେ ଦର୍ଶାଯାଇଛି। ତେଣୁ ଲିଜ୍‌ ବାହାରେ ହେଉଥିବା ବେଆଇନ ବାଲି ଉତ୍ତୋଳନ ଉପରେ ୨ ମାସ ମଧ୍ୟରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏନ୍‌ଜିଟି ପକ୍ଷରୁ ନିର୍ଦ୍ଦେଶ ହୋଇଛି। ଏ ସଂକ୍ରାନ୍ତରେ ଯାଜପୁର ଜିଲାପାଳ ଚକ୍ରବର୍ତ୍ତି ସିଂହ ରାଠୋରଙ୍କ ମତାମତ ନେବାକୁ ତାଙ୍କ ମୋବାଇଲକୁ ଗୁରୁବାର ସନ୍ଧ୍ୟାରେ ଯୋଗାଯୋଗ କରିଥିଲେ ହେଁ ସେ ଫୋନ କଲ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ଘରକୁ ଫେରି ନ ଥିଲେ: ସକାଳୁ କେନାଲରୁ କାର୍‌ ସହ ମିଳିଲା ମୃତଦେହ

କଟକ,୨୪।୯: କଟକ ଜିଲା ବମ୍ଫକୁଦ ଗାଁ ନିକଟ କେନାଲରୁ ମଙ୍ଗଳବାର କାର୍‌ ସହ ଜଣେ ଯୁବକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତକ ବମ୍ପକୁଦ ଗାଁର...

ସୁସ୍ମିତାଙ୍କ ଡାକ୍ତର ହେବା ସ୍ବପ୍ନ ଚୁରମାର୍‌: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଦାରିଙ୍ଗବାଡି, ୨୪।୯ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡିର ଯୁକ୍ତ ଦୁଇ ଛାତ୍ରୀ ସୁସ୍ମିତା ଗୌଡ଼ଙ୍କ ସ୍ବପ୍ନ ଚୁରମାର୍‌ ହୋଇଛି। ଡାକ୍ତର ହେବାକୁ ଇଚ୍ଛା ରଖି...

ପୋଖରୀରେ ଭାସୁଛି ୨ ମୃତଦେହ: ପରିଚୟ ଖୋଜୁଛି ପୋଲିସ…

କଣ୍ଟାବାଞ୍ଜି,୨୪।୬: ବଲାଙ୍ଗୀର ଜିଲା ୫୯ ନମ୍ବର ଜାତୀୟ ରାଜପଥ ଭୋଇପଡ଼ା ବୁଲାଣି ପାଖ ଏକ ପୋଖରୀରେ ଭାସୁଛି ୨ ମୃତଦେହ। ଦୁର୍ଘଟଣା ପରେ ଦୁଇ ଯୁବକ...

ମହାନଦୀ ଜଳପଥରେ ବାଲିପଠା

ମହାକାଳପଡ଼ା, ୨୪ା୯ (ପ୍ରତାପ ଚନ୍ଦ୍ର ସ୍ବାଇଁ):ଜଳବାୟୁ ପରିବର୍ତ୍ତନ ପ୍ରଭାବ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅନିୟମିତତା ଯୋଗୁ ନଦୀ ଜଳ ସ୍ରୋତର ଉତ୍ସ ହ୍ରାସ ପାଇବା...

ମୟୂରଭଞ୍ଜରେ ହାତୀ ଆତଙ୍କ: ଆକ୍ରମଣରେ ଦୁଇ ମୃତ, ତିନି ଗୁରୁତର

ମୋରଡ଼ା,୨୪।୯(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ନିର୍ବାଚନମଣ୍ଡଳୀରେ ହାତୀ ଉପଦ୍ର ଜାରି ରହିଥିବା ବେଳେ ବିଭିନ୍ନ ସ୍ଥାନରେ ହାତୀ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ...

ଓଡ଼ିଶା ପୋଲିସରେ ନିଯୁକ୍ତି ସୁଯୋଗ, ଦଶମ ପାସ୍‌ କରିଥିଲେ କରିପାରିବେ ଆବେଦନ, ଦରମା ରହିଛି…

ଭୁବନେଶ୍ୱର,୨୪।୯: ସୋମବାର ଓଡ଼ିଶା ପୋଲିସ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଭିନ୍ନ ବାଟାଲିୟନ ଅଧୀନରେ Sepoys/Constable ନିଯୁକ୍ତି ୨୦୨୪ ପାଇଁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ...

ଅନ୍ଧାରରେ ପଞ୍ଚପାଇକ ପୀଠ

ଖୋର୍ଦ୍ଧା,୨୪ା୯(ପ୍ରଭାତ ପାଣିଗ୍ରାହୀ): ବୀରତ୍ୱର ମାଟି ଖୋର୍ଦ୍ଧା। ବିଟ୍ରିଶ ବିରୋଧରେ ପ୍ରଥମ ଆନ୍ଦୋଳନର ସ୍ବର ଏଠାରୁ ଉଠିଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଭାରତର ବିଭିନ୍ନ କୋଣ ଅନୁକୋଣକୁ ବ୍ୟାପିଥିଲା।...

ବଢ଼ିପାରେ ମାଟ୍ରିକ ପରୀକ୍ଷା ଫି’!

କଟକ,୨୩।୯: ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଫର୍ମ ପୂରଣ ବେଳେ ଏଥର ଦେୟ ଦେବାକୁ ପଡ଼ିପାରେ। କୋଭିଡ୍‌ ପରଠାରୁ ପରୀକ୍ଷାର୍ଥୀଙ୍କୁ ଫର୍ମ ପୂରଣ ବାବଦକୁ କୌଣସି ଦେୟ ଦେବାକୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri