ବିଏମ୍‌ସିକୁ ସୁହାଇଲା ଏନ୍‌ଜିଟି ରାୟ

ଭୁବନେଶ୍ୱର,୨୩ା୮ (ବନ୍ଦନା ସେଠୀ): ସୈନିକ ସ୍କୁଲ ନିକଟ ଅସ୍ଥାୟୀ ଡମ୍ଫିୟାର୍ଡ ବା ଟେମ୍ପରାରି ଟ୍ରାଞ୍ଜିଟ୍‌ ଷ୍ଟେଶନ (ଟିଟିଏସ୍‌) ମାମଲାକୁ ନେଇ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ୍‌ (ଏନ୍‌ଜିଟି) ଶୁଣାଣି ଶେଷ କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଦାଖଲ କରାଯାଇଥିବା ସତ୍ୟପାଠରେ ଏନ୍‌ଜିଟି ସନ୍ତୁଷ୍ଟ ପ୍ରକାଶ କରିଛନ୍ତି। ଫଳରେ ଟିଟିଏସ୍‌କୁ ନେଇ ଦିଆଯାଇଥିବା ରାୟ ସମ୍ପୂର୍ଣ୍ଣରୂପେ ବିଏମ୍‌ସିକୁ ସୁହାଇଛି। ତେବେ ସହରରୁ ବାହାରୁଥିବା ଆବର୍ଜନା ପ୍ରକ୍ରିୟାକରଣ ପାଇଁ ଆବଶ୍ୟକ ଥିବା ସେମି-ଅଟୋମେଟିକ ମ୍ୟାଟେରିଆଲ ରିକଭରି ଫ୍ୟାସିଲିଟି (ଏସ୍‌ଏଏମ୍‌ଆର୍‌ଏଫ୍‌) ନିର୍ମାଣ ପାଇଁ ଏନ୍‌ଜିଟି ପକ୍ଷରୁ ତାରିଖ ଧାର୍ଯ୍ୟ କରାଯାଇଛି। ଚଳିତ ବର୍ଷ ଡିସେମ୍ବର ୩୧ ସୁଦ୍ଧା ବିଏମ୍‌ସି ଆବଶ୍ୟକ ସଂଖ୍ୟକ ଏସ୍‌ଏଏମ୍‌ଆର୍‌ଏଫ୍‌ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭବିଷ୍ୟତରେ ଆବର୍ଜନା ପ୍ରକ୍ରିୟାକରଣ ଓ ବର୍ଦ୍ଧିତ ବର୍ଜ୍ୟବସ୍ତୁ ନିଷ୍କାସନ ଯୋଜନା ନେଇ ବିଏମ୍‌ସି ସତ୍ୟପାଠ ଦାଖଲ କରିଥିଲେ ମଧ୍ୟ କେବେ ସୁଦ୍ଧା ଏହିସବୁ ଯୋଜନା କାର୍ଯ୍ୟକାରୀ ହେବ ବା ପଦକ୍ଷେପ ଗ୍ରହଣ କରାଯିବ ସେସମ୍ପର୍କରେ ଉଲ୍ଲେଖ ନ ଥିଲା। ତେଣୁ ଏନ୍‌ଜିଟି ନିଜଆଡୁ ୨୦୨୫ ଜାନୁଆରୀ ୩୧ ସୁଦ୍ଧା ଏ ସଂକ୍ରାନ୍ତ ସତ୍ୟପାଠ ଦାଖଲ କରିବାକୁ ବିଏମ୍‌ସିକୁ ନିର୍ଦ୍ଦେଶ ଦେଇଛନ୍ତି। ବିଏମ୍‌ସି ପକ୍ଷରୁ ଟିଟିଏସ୍‌ର ପରିଚାଳନା ନେଇ ଆବଶ୍ୟକ ପଦକ୍ଷେପ ନିଆଯାଉଥିବାରୁ ଏନେଇ ଏନ୍‌ଜିଟି ପାଖରେ ମାମଲା ଗଡାଇବାର କୌଣସି ଆବଶ୍ୟକତା ନାହିଁ କହି ଶୁଣାଣିକୁ ଶେଷ କରାଯାଇଛି। ଅପରପକ୍ଷେ ଟିଟିଏସ୍‌ରୁ ବାହାରୁଥିବା ଆବର୍ଜନା ଦୁର୍ଗନ୍ଧରୁ ବର୍ତ୍ତିବା ପାଇଁ ଯେଉଁ ଆଶା ନେଇ ଏନ୍‌ଜିଟିରେ ମାମଲା ଦାଏର କରାଯାଇଥିଲା, ବିଏମ୍‌ସି ଉପରେ ସେଭଳି କିଛି ପ୍ରଭାବ ପଡିଲା ନାହିଁ ବୋଲି ମାମଲା ପରିଚାଳନା କରୁଥିବା ଓକିଲ ଶଙ୍କର ପାଣି କହିଛନ୍ତି।
ଟିଟିଏସ୍‌ ପାଇଁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଥିବାରୁ ସହରବାସୀଙ୍କ ମାନବାଧିକାର କ୍ଷୁଣ୍ଣ ହେଉଥିବା ଓ ଦୁର୍ଗନ୍ଧ ପାଇଁ ସ୍ଥାନୀୟ ବାସିନ୍ଦା ବିଭିନ୍ନ ରୋଗର ଶିକାର ହେଉଥିବା ଅଭିଯୋଗ କରି ଚନ୍ଦ୍ରଶେଖରପୁର ଅଞ୍ଚଳର ହରିପ୍ରିୟା ପଟେଲ ଏନ୍‌ଜିଟିରେ ଅଭିଯୋଗ ଦାଖଲ କରିଥିଲେ। ଏନ୍‌ଜିଟି ଏହାକୁ ଗୁରୁତର ସହ ଗ୍ରହଣ କରି ନିଜଆଡୁ ମାମଲା ରୁଜୁ କରିଥିଲେ। ଏନ୍‌ଜିଟିଙ୍କ ନିର୍ଦ୍ଦେଶ ଆଧାରରେ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଏକ ୪ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ଫେବୃଆରୀ ୨୪ରେ ଟିଟିଏସ୍‌ ଗସ୍ତ କରିଥିଲା। ଫେବୃଆରୀ ୨୯ ସୁଦ୍ଧା ଟିମ୍‌ ଏକ ରିପୋର୍ଟ ପ୍ରସ୍ତୁତ କରି ଏନ୍‌ଜିଟିରେ ଦାଖଲ କରିବା ପରେ ମାର୍ଚ୍ଚ ପ୍ରଥମ ସପ୍ତାହରେ ମାମଲାର ପ୍ରଥମ ଶୁଣାଣି ହୋଇଥିଲା। ଏଥିରେ ଜଙ୍ଗଲ ଓ ପରିବେଶ ବିଭାଗ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣବୋର୍ଡ ଏବଂ ବିଏମ୍‌ସିକୁ ପକ୍ଷଭୁକ୍ତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ଯୋଗ ଦେଲେ  ନୂତନ  ବିଡିଓ  ପ୍ରୀତିରଞ୍ଜନ ରଥ  

ଦାରିଙ୍ଗବାଡି,୨୫।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା  ଦାରିଙ୍ଗବାଡି ବ୍ଲକରେ ନୂତନ ବିଡିଓ ଭାବେ ଶୁକ୍ରବାର ପ୍ରୀତିରଞ୍ଜନ ରଥ ଦାୟିତ୍ୱ ଗ୍ରହଣ କରିଛନ୍ତ। ସେ ନବରଙ୍ଗପୁର...

ଟଳିନି ବିପଦ: ଆହୁରି ୨ ଦିନ ନିର୍ଧୁମ ଛେଚିବ

ଭୁବନେଶ୍ୱର,୨୫ା୧୦(ଅନୁରାଧା ମହାରଣା):  ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଦାନା ସ୍ଥଳଭାଗ ଛୁଇଁବା ପରେ କ୍ରମଶଃ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଛି। ତେବେ ଏହାର...

ବାତ୍ୟା ପରେ ବାତିଲ୍‌ ହୋଇଥିବା ଟ୍ରେନ୍‌….

ଭୁବନେଶ୍ୱର,୨୫ା୧୦(ଅନୁରାଧା ମହାରଣା)- ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ଭଦ୍ରକ-ଧାମରା, କଟକ-ପାରାଦୀପ, ହରିଦାସପୁର-ପାରାଦୀପ, ଯଖପୁରା-କେନ୍ଦୁଝର, କଟକ-ତାଳଚେର ଏବଂ ଖୋର୍ଦ୍ଧା ରୋଡ଼-ଭଦ୍ରକ ରେଳ ସେକ୍ସନ ଗୁଡିକରେ ପାଣିପାଗ ବିଜ୍ଞାନ...

୧୫ବର୍ଷ ପରେ ହଠାତ୍ ବାଜିଲା ଏମର୍ଜେନ୍ସି ସାଇରନ୍‌: ବ୍ଲେଡ୍‌ରେ ଜେଲର ଓ ୱାର୍ଡରଙ୍କ ହାତ କାଟି ଦେଲେ କଏଦୀ

ଭୁବନେଶ୍ୱର,୨୫ା୧୦(ସତ୍ୟଜିତ୍‌ ରାଉତ): ଗ୍ୟାଙ୍ଗ୍‌ଓ୍ବାର, କଏଦୀଙ୍କୁ ମାଡ଼ ଓ ନିଶା କାରବାରକୁ ନେଇ ଚର୍ଚ୍ଚାରେ ରହୁଥିବା ଭୁବନେଶ୍ୱରସ୍ଥିତ ଝାରପଡ଼ା ସ୍ବତନ୍ତ୍ର ଜେଲରେ ଶୁକ୍ରବାର ଏକ ଅଭାବନୀୟ ଘଟଣା...

ବିଜେଡିକୁ ଝଟ୍‌କା ପରେ ଝଟ୍‌କା: ଗାଦିଚ୍ୟୁତ ହେଲେ… 

ଭୁବନେଶ୍ୱର,୨୫।୧୦: ବିଜେଡିକୁ ଝଟ୍‌କା ପରେ ଝଟ୍‌କା। ଚଳିତ ନିର୍ବାଚନ  ହାରିବା ପରେ ବିଜେଡିକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗି ଚାଲିଛି । ଦଳର ବରିଷ୍ଠ...

ଶନିବାର, ରବିବାର ସରକାରୀ ଛୁଟି ବାତିଲ, ଜାଣନ୍ତୁ କାହିଁକି…

ଭୁବନେଶ୍ୱର,୨୫ା୧୦(ଅନିଲ ଦାସ): ବାତ୍ୟା ‘ଦାନା’ ଯୋଗୁ କ୍ଷତିଗ୍ରସ୍ତ ଅଞ୍ଚଳରେ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଶନିବାର ଓ ରବିବାର ୨ଦିନ...

୨୦ ଟଙ୍କାରେ ଦହିବରା ଖାଇଦେବାରୁ ଝିଅକୁ ପିଟିପିଟି ମାରିଦେଲା ମାଆ

ଫତେଗଡ,୨୫।୧୦: ୨୦ ଟଙ୍କାରେ ଦହିବରା ଖାଇଦେବାରୁ ଝିଅକୁ ପିଟିପିଟି ମାରିଦେଲା ମାଆ। ଏପରି ବୀଭତ୍ସ ହତ୍ୟାକାଣ୍ଡ ନୟାଗଡ ଜିଲା ଫତେଗଡ ଥାନା ଅଞ୍ଚଳରେ ଘଟିଛି। ଏନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri