୧୬ ନମ୍ବର ଜାତୀୟ ରାଜପଥ ଏବେ ମରଣଯନ୍ତା

ଖୋର୍ଦ୍ଧା ଅଫିସ,୨୮।୧୨: ଭୁବନେଶ୍ୱର-ଚେନ୍ନାଇ ୧୬ ନମ୍ବର ଜାତୀୟ ରାଜପଥ ଏବେ ମରଣଯନ୍ତା ପାଲଟିଛି। ରାଜପଥର ଖୋର୍ଦ୍ଧା ଓ ଭୁବନେଶ୍ୱର ମଧ୍ୟରେ ଗତ ମେ ମାସରୁ ଡିସେମ୍ବର ୨୭ ସୁଦ୍ଧା ଅର୍ଥାତ୍‌ ୮ ମାସରେ ୮ ଜଣଙ୍କ ମୃତ୍ୟୁ ଘଟିଛି। ଦୈନିକ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବାବେଳେ ରାଜପଥ କର୍ତ୍ତୃପକ୍ଷ ଓ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି। ଏବେ ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି। ଅନେକ ସ୍ଥାନରେ ରାସ୍ତା ସଙ୍କୁଚିତ ହୋଇଥିବାବେଳେ ଏକପାଖିଆ ରାସ୍ତା ମଧ୍ୟ କରାଯାଇଛି। ଏଥିଯୋଗୁ ଅଧିକାଂଶ ଦୁର୍ଘଟଣା ଘଟୁଥିବା କୁହାଯାଉଛି।
ଖୋର୍ଦ୍ଧାରୁ ଭୁବନେଶ୍ୱର ପଟୁ ଶିଳ୍ପାଞ୍ଚଳ ଫାଣ୍ଡି ଛକ, ଜଟଣୀ ବାଇପାସ୍‌, ପି.ଏନ୍‌. କଲେଜ ଛକ, ଗଙ୍ଗପଡ଼ା ଟୋଲଗେଟ୍‌, ଗଙ୍ଗାପଡ଼ା ଛକ, ତଳକୋଦା ଛକ (ଜଟଣୀ ଗେଟ୍‌), ବାଟ ଭୁଆଶୁଣି ଛକ, ରେତଙ୍ଗ ଛକ, ଗୋଇରା ଛକ ରାସ୍ତା ସଙ୍କୁଚିତ ହୋଇପଡ଼ିଛି। ସେହିପରି ତମାଣ୍ଡୋ, କଳିଙ୍ଗନଗର ଛକ, ଆଇଗିଣିଆ ଛକ, ପିତାପଲି ଛକ, ଏସ୍‌ପି ଅଫିସ ଛକ, କୁରାଢମଲ୍ଲ ଛକ, ଦଳେଇପୁଟ ଛକ, ଗୋଡ଼ିପଡା ଟୋଲ୍‌ଗେଟ୍‌, ଜଙ୍କିଆ ଛକ, ରାମେଶ୍ୱର ଛକ, ତାପଙ୍ଗ ଛକ, ମଲିପଡା ଛକ, ମା ଉଗ୍ରତାରା ପୀଠ ଛକ, କୁହୁଡି ଛକ, ନାଚୁଣୀ ଏବଂ ଟାଙ୍ଗୀ ବାଇପାସ, ବାଲୁଗାଁ ବାଇପାସ ଆଦି ସ୍ଥାନରେ ରାସ୍ତା ସଙ୍କୁଚିତ ରହିଛି।
ସୂଚନାଯୋଗ୍ୟ, ମେ ୫ରେ କୁହୁଡ଼ିି ଛକଠାରେ ଏକ କାର ଧକ୍କାରେ ନୟାଗଡ ଇଟାମାଟି ଥାନା ଅଞ୍ଚଳର ମଦନ ମୋହନ ସେଠୀଙ୍କ ମୃତ୍ୟୁ ଘଟିଥିଲା। ସେପ୍ଟେମ୍ବର ୧୧ରେ ଜଙ୍କିଆ ଥାନା ନନ୍ଦୀ ପେଟ୍ରୋଲ ପମ୍ପ ସମ୍ମୁଖରେ ଅଟୋ ଧକ୍କାରେ ବାଇକ ଚାଳକ ବେଗୁନିଆ  ଓଗାଳପୁର ଗ୍ରାମର ବିଶ୍ୱନାଥ ବେହେରାଙ୍କ ମୃତ୍ୟୁ ହୋଇଥିଲା। ଡିସେମ୍ବର ୨୩ ରାତିରେ କୁରାଢମଲ୍ଲ ଛକରେ ଏକ ଟ୍ରକ ସହ ପିଟିହୋଇ ୩ ବାଇକ ଆରୋହୀ ଜୀବନ ହରାଇଥିଲେ। ୨୫ତାରିଖ ରାତିରେ ଭଞ୍ଜନଗର ରେଡକ୍ରସ ସାହିର ସୂର୍ଯ୍ୟକାନ୍ତ ଦାସ ଏକ ଟ୍ରକ ଧକ୍କାରେ ପ୍ରାଣ ହରାଇଥିଲେ। ୨୭ ତାରିଖରେ ଶିଳ୍ପାଞ୍ଚଳ ଫାଣ୍ଡି ନିକଟରେ ଟ୍ରକ୍‌ ଧକ୍କାରେ ନୟାଗଡ ଜିଲା ଚାନ୍ଦପୁର ଥାନା ପଟିିଆପାଟଣା ଗ୍ରାମର ରଞ୍ଜିତ ପରିଡ଼ା ଓ ବାଲେଶ୍ୱର ଜିଲା ଶେରଗଡ଼ ଗ୍ରାମର ଗଙ୍ଗାଧର ମଲିକଙ୍କ ମୃତ୍ୟୁ ଘଟିଛି। ସେହିପରି ଅନ୍ୟ ଏକ ଦୁର୍ଘଟଣାରେ ସମ୍ରାଟ କେଶରୀ ହରିଚନ୍ଦନଙ୍କ ମୃତ୍ୟୁ ଘଟିଥିବାବେଳେ ତାଙ୍କ ପୁତୁରା ଶାନ୍ତନୁ କୁମାର ବଳିୟାରସିଂ ଗୁରୁତର ଆହତ ହୋଇଛନ୍ତି। ଜିଲା ପ୍ରଶାସନ ଓ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଏବଂ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅବହେଳାରୁ ୧୬ ନମ୍ବର ଜାତୀୟ ରାଜପଥ ଏବେ ବିପଦସଙ୍କୁଳ ପାଲଟିଛି ବୋଲି ସାଧାରଣରେ ଅଭିଯୋଗ ହେଉଛି। ଦୁର୍ଘଟଣା ସଂଖ୍ୟା ବଢିଚାଲିଥିଲେ ବି ପଦକ୍ଷେପ ନିଆଯାଉ ନାହିଁ ବୋଲି ଆଇନଜୀବୀ ଶକ୍ତିଶଙ୍କର ମିଶ୍ର, ଅଜିତ ପଟ୍ଟନାୟକ, ସାମାଜିକ କର୍ମୀ ଶୋଭନ ଘୋଷ, ଯୁବନେତା ହରିହର ଖାଡେଙ୍ଗା, ରାକେଶ ସାହୁ ପ୍ରମୁଖ କହିଛନ୍ତି। ତେବେ ଏ ନେଇ ସମ୍ପୃକ୍ତ ବିଭାଗର ପ୍ରତିକ୍ରିୟା ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୧୭ରେ ଭୁବନେଶ୍ୱରର ସମସ୍ତ ସ୍କୁଲ, କଲେଜ ଛୁଟି

ଭୁବନେଶ୍ୱର,୧୫ା୯(ଶର୍ମିଷ୍ଠା ପାଣିଗ୍ରାହୀ): ଆସନ୍ତା ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶରରେ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିବେ। ରାଜଧାନୀରେ ବିପୁଳ ଜନସମାଗମକୁ ଦୃଷ୍ଟିରେ ରଖି ଭୁବନେଶର...

ସିଲ୍‌ ହେଲା ଜନସେବା କେନ୍ଦ୍ର: ସୁଭଦ୍ରା ଯୋଜନା ଆବେଦନ ପାଇଁ ମାଗୁଥିଲେ ଟଙ୍କା

ଖୋର୍ଦ୍ଧା,୧୨।୯(ପ୍ରଭାତ ପାଣିଗ୍ରାହୀ): ସୁଭଦ୍ରା ଯୋଜନାରେ ପଞ୍ଜୀକରଣ ପାଇଁ ହିତାଧିକାରୀଙ୍କଠାରୁ ଅର୍ଥ ଦାବି କରୁଥିବା ଅଭିଯୋଗରେ ଖୋର୍ଦ୍ଧା ଜିଲା ପ୍ରଶାସନ ଏକ ଜନସେବା କେନ୍ଦ୍ରକୁ ସିଲ୍‌ କରି...

ଭସାଣି ହେଲା କାଳ, ଗଣେଶ ମୂର୍ତ୍ତି ତଳେ ଚାପି ହୋଇ ଚାଲିଗଲା ବିଟେକ୍‌ ଛାତ୍ରଙ୍କ ଜୀବନ

ବାରଙ୍ଗ,୧୧।୯(ଲିଙ୍ଗରାଜ ରାଉତ): ବାରଙ୍ଗ କଣ୍ଟାବାଡ ଗାଁ ନିକଟ ଏକ ଘରୋଇ କଲେଜର ଗଣେଶ ଭସାଣିବେଳେ ଏକ ଅଘଟଣ ଘଟିଛି। ଏଥିରେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିବାବେଳେ...

ନନ୍ଦନକାନନକୁ ଆସିଲେ ୨ ଜିରାଫ, ବଢ଼ିଲା ସଂଖ୍ୟା

ଭୁବନେଶ୍ୱର,୨ା୯: ନନ୍ଦନକାନନକୁ ଆଉ ୨ ନୂଆ ଅତିଥି ଆସିଛନ୍ତି। କୋଲକାତାର ଅଲିପୁର ଚିଡ଼ିଆଖାନାରୁ ଏହି ଦୁଇ ଜିରାଫ ବାରଙ୍ଗସ୍ଥିତ ଚିଡ଼ିଆଖାନାକୁ ଆସିଛନ୍ତି। ଦୁଇ ଜିରାଫଙ୍କ ମଧ୍ୟରେ...

ଘରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

ନିରାକାରପୁର,୧।୯(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋଦ୍ଧା ଜିଲା ଜଙ୍କିଆ ଥାନା ଓରବରସିଂହ ପଞ୍ଚାୟତ ଅଧୀନ ଡିହଖଳା ଗ୍ରାମରୁ ରବିବାର ସନ୍ଧ୍ୟାରେ ପୋଲିସ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର...

ବିଭିନ୍ନ ଦାବି ନେଇ ବିଦ୍ୟୁତ କାର୍ଯ୍ୟାଳୟ ଘେରିଲେ ଉପଭୋକ୍ତା

ନିରାକାରପୁର,୩୦।୮(ମାନସ ଚନ୍ଦ୍ର ପଟ୍ଟନାୟକ ): ବିଭିନ୍ନ ଦାବି ନେଇ ୭/୮ ଟି ପଞ୍ଚାୟତର ସହ ସହ ଉପଭୋକ୍ତା ମାନେ ନିରାକାରପୁର ବିଦ୍ୟୁତ କାର୍ଯ୍ୟାଳୟ ମୁଖ୍ୟ ଫାଟକ...

ପୁଣି ଦନ୍ତା ହାତୀର ମୃତ୍ୟୁ କାରଣ ଖୋଜୁଛି… 

ନିରାକାରପୁର,୩୦।୮(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଟାଙ୍ଗୀ ବନାଞ୍ଚଳ ଅଧୀନରେ ଥିବା ଓଳସିଂ ପଞ୍ଚାୟତ ଡମଣଭୂମିସ୍ଥିତ ଭଣ୍ଡାରୀଝରଠାରେ ଏକ ଦନ୍ତାହାତୀର ମୃତଦେହକୁ ବନ ବିଭାଗ ଜବତ...

ଖୋଲା ଖଣି ପାଲଟିଛି ମରଣଯନ୍ତା

ବେଗୁନିଆ,୩୦।୮(ହରପ୍ରସନ୍ନ ପଣ୍ଡା): ଖୋର୍ଦ୍ଧା ଜିଲା ବେଗୁନିଆ ତହସିଲ ଅଞ୍ଚଳରେ ଲଘୁ ଖଣିଜ ସମ୍ପଦ ଚୋରାଚାଲାଣ ବଢ଼ିଚାଲିଛି। ମାଫିଆମାନେ ବେଆଇନଭାବେ ମାଙ୍କଡ଼ା ପଥର ଓ ମୋରମ ଚାଲାଣ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri