Categories: ଜାତୀୟ

ଏହି ତାରିଖ ପୂର୍ବରୁ ପଟିଏମ୍ ଛାଡି ଅନ୍ୟ ବ୍ୟାଙ୍କ FASTag ଯିବାକୁ ୟୁଜରଙ୍କୁ କହିଲା ଏନଏଚଏଆଇ

ନୂଆଦିଲ୍ଲୀ,୧୩।୩: ପେଟିଏମ୍ FASTag ଉପଭୋକ୍ତାମାନଙ୍କ ପାଇଁ ବଡ ଖବର। ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଅନଲାଇନ ବ୍ୟାଙ୍କିଙ୍ଗ ସେବା ପ୍ରଦାନକାରୀ ପେଟିଏମ୍ ଉପରେ ପ୍ରତିବନ୍ଧକ ଲଗାଇବା ପରେ ଏହାର ୟୁଜର ମାନଙ୍କ ଚିନ୍ତା ବଢି ଯାଇଛି। ବିଶେଷ କରି ପେଟିଏମର ଅନେକ FASTag ୟୁଜର ରହିଛନ୍ତି।

ଏବେ ଜାତୀୟ ରାଜମାର୍ଗ ପ୍ରାଧିକରଣ(ଏନଏଚଏଆଇ) କହିଛି ଯେ, ମାର୍ଚ୍ଚ ୧୫, ୨୦୨୪ ପୂର୍ବରୁ ପେଟିଏମ୍ FASTag ଉପଭୋକ୍ତାମାନେ ଅନ୍ୟ ଏକ ବ୍ୟାଙ୍କ FASTag କ୍ରୟ କରିବା ଉଚିତ, ଯାହା ଏକ ନିରାପଦ ଭ୍ରମଣ ଅଭିଜ୍ଞତାକୁ ସୁନିଶ୍ଚିତ କରିବା ଏବଂ ଟୋଲ ପ୍ଲାଜାରେ ଅସୁବିଧାକୁ ଏଡାଇ ପାରିବେ।

ଏପରି କଲେ ଜାତୀୟ ରାଜପଥରେ ଯାତାୟାତ କରୁଥିବା ସମୟରେ ଯାତ୍ରୀ ମାନଙ୍କୁ ଜରିମାନା କିମ୍ବା ଦୁଇଗୁଣ ଚାର୍ଜରୁ ରକ୍ଷା କାରବ ବୋଲି ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଭାରତୀୟ ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ମାର୍ଚ୍ଚ ୧୫, ୨୦୨୪ ପରେ, ପେଟିଏମ୍ FASTag ଉପଭୋକ୍ତାମାନେ ରିଚାର୍ଜ କିମ୍ବା ବାଲାନ୍ସ ଟପ୍-ଅପ୍ କରିପାରିବେ ନାହିଁ। ତେଣୁ ସମୟ ଥାଉ ଥାଉ ସେମାନେ ଅନ୍ୟ ବ୍ୟାଙ୍କ FASTag କିଣି ନିଅନ୍ତୁ।

Share