ଦୁର୍ଘଟଣା ପରେ ଏନ୍‌ଏଚ୍‌ଏଆଇ ତତ୍ପର

କେନ୍ଦୁଝର,୩୦ା୬(ଦୀପକ ମିଶ୍ର): କେନ୍ଦୁଝର ଜିଲା ଟାଉନ ଥାନା ଅଧୀନ ୨୦ନଂ. ଜାତୀୟ ରାଜପଥର ଷଠିଘର ସାହିରେ ମଙ୍ଗଳବାର ବିଳମ୍ବିତ ରାତିରେ ବରଯାତ୍ରୀ ଶୋଭାଯାତ୍ରା ଉପରେ ଟ୍ରକ୍‌ ମାଡ଼ିଯିବାରୁ ୫ ଜଣଙ୍କର ମୃତ୍ୟୁ ହୋଇଥିଲା। ଘଟଣାରେ ୯ଜଣ ଗୁରୁତର ହୋଇଥିଲେ। ଦୁର୍ଘଟଣାକୁ ନେଇ ଏନ୍‌ଏଚ୍‌ଏଆଇର ଏକ ବୈଷୟିକ ଟିମ୍‌ ଘଟଣାସ୍ଥଳ ପରିଦର୍ଶନ କରିବା ପରେ ରାସ୍ତାପାର୍ଶ୍ୱରେ ଥିବା ଡ୍ରେନ୍‌ ସଫା କରାଯାଇଛି। ଉକ୍ତ ସ୍ଥାନରେ ଷ୍ଟ୍ରିଟ୍‌ ଲାଇଟ ଲାଗିବା ସହ ଭାଙ୍ଗିଯାଇଥିବା ମେଡିଆନକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରାଯାଇଛି। ଦୁର୍ଘଟଣା ପରେ ଭାରତର ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ) କର୍ତ୍ତୃପକ୍ଷ ତତ୍ପର ହୋଇ ପଡ଼ିଥିବା ବେଳେ ଏହାଦ୍ୱାରା ସ୍ଥାନୀୟ ଲୋକଙ୍କ ଦୀର୍ଘ ଦିନର ଦାବି ମଧ୍ୟରୁ କିଛି ପୂରଣ ହୋଇଛି। ମାତ୍ର ମୁଖ୍ୟ ଦାବି ଓଭର ବ୍ରିଜ୍‌ ନିର୍ମାଣ ସହ ଦୁର୍ଘଟଣା ପାଇଁ ଦାୟୀ କିଏ, ଏହା ଯାଞ୍ଚ ହେବା ଆବଶ୍ୟକ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।
ପ୍ରକାଶ ଯେ, ଉକ୍ତ ସ୍ଥାନରେ ଜାତୀୟ ରାଜପଥ ପାର୍ଶ୍ୱକୁ ଲାଗି ବହୁ ଘର ରହିଛି। ରାସ୍ତାକଡ଼ରେ ଡ୍ରେନ୍‌ ଥିବା ବେଳେ ନିୟମିତ ସଫେଇ କରାଯାଉ ନ ଥିବାରୁ ସାରୁବୁଦା ହୋଇ ଡ୍ରେନ୍‌ରେ ପାଣି ଯିବାରେ ସମସ୍ୟା ହେଉଥିଲା। ଫଳରେ ଡ୍ରେନ୍‌ ପାଣି ରାସ୍ତା ଉପରେ ଯାଉଥିଲା। ଦୁର୍ଘଟଣା ପରେ ସଦର ତହସିଲଦାର ଆଶିଷ ମହାପାତ୍ରଙ୍କ ଉପସ୍ଥିତିରେ ଡ୍ରେନ୍‌ରୁ ସାରୁବୁଦା ସଫେଇ କରାଯାଇଛି। ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଏନ୍‌ଏଚ୍‌ଏଆଇର ୩୦ ମିଟର ଜମି ରହିଥିଲେ ହେଁ ରାସ୍ତା ୧୦ ମିଟର ଲେଖାଏଁ ଜବରଦଖଲରେ ରହିଛି। ଅନେକ ସ୍ଥାନରେ ଲୋକେ ବାଡ଼ବୁଜି ଅବରୋଧ କରିଛନ୍ତି। ଦୀର୍ଘଦିନ ହେବ ଉକ୍ତ ସମସ୍ୟା ରହିଥିଲେ ହେଁ ଏନ୍‌ଏଚ୍‌ଏଆଇ ଉଚ୍ଛେଦ କରୁ ନ ଥିବାରୁ ଯାତାୟାତରେ ସମସ୍ୟା ଦେଖାଦେଇଛି। ଏହା ଦୁର୍ଘଟଣାକୁ ଆମନ୍ତ୍ରଣ କରୁଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ରାସ୍ତା ପାର୍ଶ୍ୱ ଜବରଦଖଲ ହୋଇ ନ ଥିଲେ ମୃତ ଏବଂ ଆହତଙ୍କ ସଂଖ୍ୟା କମିଥାଅନ୍ତା ବୋଲି ଦୁର୍ଘଟଣାରେ ଆହତ ଷଠିଘର ସାହିର ରମେଶ ପାତ୍ର କହିଛନ୍ତି। ଏନ୍‌ଏଚ୍‌ଏଆଇ ଟିମ୍‌ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ପରେ ଡ୍ରେନ୍‌ ସଫେଇ ହେବା ସହ ମେଡିଆନ ଭାଙ୍ଗିଥିବା ସ୍ଥାନରେ ମରାମତି ସହ ମେଟାଲ ବିମ୍‌ କ୍ରାସ୍‌ ବ୍ୟାରିୟର ଲଗାଯାଇଛି। ସେହିପରି ଉକ୍ତ ସ୍ଥାନରେ ଯୁଦ୍ଧକାଳୀନଭିତ୍ତିରେ ବୁଧବାର ରାତିରେ ଅନ୍ଧାର ରହୁଥିବା ସ୍ଥାନରେ ୨ ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଯାଇଛି। ଉକ୍ତ ସ୍ଥାନରେ ତୁରନ୍ତ ବ୍ୟାରିକେଡ୍‌ ସହ ଓଭର ବ୍ରିଜ୍‌ ନିର୍ମାଣ କରିବାକୁ ଷଠିଘର ସାହିର ଟୁକୁ ପାତ୍ର, ଡାକ୍ତର ପାତ୍ର ପ୍ରମୁଖ ଦାବି କରିଛନ୍ତି। ଏନ୍‌ଏଚ୍‌ଏଆଇର ଅଥରିଟି ଇଞ୍ଜିନିୟର ଲକ୍ଷ୍ମୀଧର ନାୟକ କହିଛନ୍ତି, ଜିଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ରାସ୍ତାରେ ଲାଇଟ୍‌ ଲଗାଯାଇଛି। ଭାଙ୍ଗିଯାଇଥିବା ମେଡିଆନ ମରାମତି କରାଯିବା ସହ ରାସ୍ତାକଡ଼ ଡ୍ରେନ୍‌ ସଫା କରାଯାଇଛି। ଓଭର ବ୍ରିଜ୍‌ ନିର୍ମାଣ ନେଇ ଏବେ କିଛି ଚିନ୍ତା କରାଯାଇ ନ ଥିବା ବେଳେ ରାସ୍ତାକଡ଼ରେ ଶୀଘ୍ର ବ୍ୟାରିକେଡ୍‌ କରାଯିବ। ଜବରଦଖଲ ଯୋଗୁ ସର୍ଭିସ୍‌ ରୋଡ୍‌ରେ ଯାତାୟାତ ସମସ୍ୟା ହେଉଛି। ଏନେଇ ତହସିଲଦାରଙ୍କ ସହ ଆଲୋଚନା ହୋଇଥିବା ସେ କହିଥିଲେ। ଏ ସଂକ୍ରାନ୍ତରେ ତହସିଲଦାର ମହାପାତ୍ର କହିଛନ୍ତି, ଜବରଦଖଲ ଉଚ୍ଛେଦ ନେଇ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ-ବାଇକ୍‌ ଧକ୍କା: ଚାଲିଗଲା ବାପ-ପୁଅଙ୍କ ଜୀବନ, ମା’ ଗୁରୁତର

ଗୋପାଳପୁର, ୨୨।୯(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ୧୬ ନମ୍ବର ଜାତୀୟ ରାଜପଥ ଭାଲିଆଗାଡ଼ ନିକଟରେ ରବିବାର ଏକ ଟ୍ରକ-ବାଇକ୍‌ ମଧ୍ୟରେ ଧକ୍କା ହୋଇଛି। ଦୁର୍ଘଟଣାରେ...

ପୁରୁଷୋତ୍ତମପୁରରେ ବୁଲିଲା ଖଣ୍ଡା: ଭାଜପା କର୍ମୀଙ୍କୁ….

ପୁରୁଷୋତ୍ତମପୁର,୨୨।୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ରାଜନୈତିକ କାରଣକୁ ନେଇ ରବିବାର ଗୋଷ୍ଠୀ ସଂଘର୍ସ ଘଟିଛି। ଏଥିରେ ଉଭୟ ପକ୍ଷରୁ ଦୁଇଜଣ ଆହାତ ହୋଇଛନ୍ତି। ଆହାତମାନେ...

ଗଞ୍ଜେଇ ଜବତ, ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ରବିବାର ସାନଖେମୁଣ୍ଡି ବ୍ଲକ ଧରମପୁର ଗ୍ରାମ ଶ୍ମଶାନ ନିକଟରୁ ୨ କିଣ୍ଟାଲ ୧୪ କେ.ଜି ୨...

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଟ୍ରଲର, ୨ ମହିଳା ଗୁରୁତର

କେନ୍ଦୁଝର,୨୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ରାଇସୁଆଁ ପୁରୁଣା ଥାନା ନିକଟରେ ରବିବାର ସାରେ ରାସ୍ତା ଅତିକ୍ରମ କରୁଥିବାବେଳେ...

୨ ନାବାଳିକାଙ୍କୁ ଗଣବଳାତ୍କାର: ଅଭିଯୋଗ ପରେ ପୋଲିସର ତତ୍ପରତା, ୩ ଜଣ ଅଟକ

ରାଉରକେଲା, ୨୨।୯(ସଂଗୀତା ଜେନା): ରାଉରକେଲାରେ ଚାଞ୍ଚଲ୍ୟ। ଦୁଇ ଜଣ ନାବାଳିକାଙ୍କୁ ଗଣବଳାତ୍କାର ହୋଇଥିବା ଥାନାରେ ଅଭିଯୋଗ ହେବା ପରେ ପୋଲିସ ତତ୍ପର ହୋଇ ଉଠିଛି। ଏହି...

ଶ୍ୱଶୁରଙ୍କୁ ହତ୍ୟା କଲେ ଜ୍ବାଇଁ : ସ୍ତ୍ରୀ, ଶାଶୁ ଗୁରୁତର

ଲକ୍ଷ୍ମୀପୁର,୨୨ା୯(ଅନନ୍ତ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ସଦର ରେଲୱେ କଲୋନୀ ନିକଟ ଆମ୍ବଗୁଡ଼ା ସାହିରେ ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଶ୍ୱଶୁରଙ୍କୁ ଲୁହା ରଡ୍‌ରେ ପିଟି...

ଗାଁ ନିକଟରେ ଦିନ ଦି ପ୍ରହରରେ ବୁଲୁଛି ଗୋଠ ଛଡା ଭାଲୁ, ଲୋକେ ଆତଙ୍କିତ

କୋକସରା,୨୨।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଫରେଷ୍ଟ ସେକ୍ସନ ଅଧୀନରେ ଥିବା ପାତ୍ରବସା ଗାଁ ନିକଟରେ ଏକ ଭାଲୁ ଦିନ ଦି...

୪ ଘଣ୍ଟାରେ ଖାଇଗଲେ ୨ କୁଇଣ୍ଟାଲ ଚିକେନ ପକୋଡ଼ା

ପୁରୀ,୨୨।୯: ରାଜ୍ୟରେ ଏବେ ବି ରହିଛି ବାର୍ଡଫ୍ଲୁ ଆତଙ୍କ। ଖାସ୍‌ କରି ପୁରୀ ଜିଲାରେ ବାର୍ଡଫ୍ଲୁକୁ ନେଇ ସରକାରଙ୍କ ପକ୍ଷରୁ ସଚେତନତା ଜାରି ରହିଛି। ଏଭଳିସ୍ଥିତିରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri