ନୂଆଦିଲ୍ଲୀ,୨୯।୧୦: ବେଆଇନ ଘୋଷିତ ସଂଗଠନ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍ଆଇ)ର କେରଳ ସାଧାରଣ ସମ୍ପାଦକ ସି.ଏ. ରୌଫ୍ଙ୍କୁ ପଲକ୍କଡର ପଟ୍ଟାମ୍ବିରୁ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ଶୁକ୍ରବାର ଗିରଫ କରିଛି। ବେଆଇନ କାର୍ଯ୍ୟକଳାପରେ ସମ୍ପୃକ୍ତି ମାମଲାରେ ରୌଫ୍ ୧୩ତମ ଅଭିଯୁକ୍ତ। ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ରୌଫ କିଛି ମାସ ହେଲା ଫେରାର ଥିଲେ। ସେ କେରଳରେ ଉକ୍ତ ସଂଗଠନର ଗଣମାଧ୍ୟମ ଏବଂ ପିଆର୍ ବିଭାଗ ସମ୍ଭାଳୁଥିଲେ।