Categories: ଜାତୀୟ

ଖଲିସ୍ତାନ ଆତଙ୍କବାଦୀ ଗୁରପତଓ୍ବନ୍ତ ପନ୍ନୁଙ୍କ ବିରୋଧରେ ଏନଆଇଏର ବଡ କାର୍ଯ୍ୟାନୁଷ୍ଠାନ, ସମ୍ପତ୍ତି ଜବତ

ନୂଆଦିଲ୍ଲୀ,୨୩।୯: ଖାଲିସ୍ତାନୀ ଆତଙ୍କବାଦୀ ଗୁରୁପତଓ୍ବନ୍ତ ପନ୍ନୁଙ୍କ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଚଣ୍ଡିଗଡ଼ରେ ପନ୍ନୁଙ୍କ ସମ୍ପତ୍ତି ଜବତ କରିଛି ଏନଆଇଏ। ପନ୍ନୁ ଅମୃତସରର ବାସିନ୍ଦା ଏବଂ ଏନଆଇଏ ମଧ୍ୟ ପନ୍ନୁଙ୍କ ଉପରେ ପୁରସ୍କାର ଘୋଷଣା କରିଛି।

କାନାଡାରେ ରହୁଥିବାବେଳେ ପନ୍ନୁ ଭାରତ ବିରୋଧୀ କାର୍ଯ୍ୟକଳାପରେ ଜଡିତ ରହିଛନ୍ତି। ଏବିପି ନ୍ୟୁଜ ସହିତ ପନ୍ନୁଙ୍କ ଡୋସିଅର୍‌ ଉପଲବ୍ଧ। ଭାରତରେ ପନ୍ନୁଙ୍କ ବିରୋଧରେ ଜାତୀୟ ବିରୋଧୀ ଷଡଯନ୍ତ୍ର ସମେତ ମୋଟ ୭ଟି ମାମଲା ପଞ୍ଜିକୃତ ହୋଇଛି, ଯାହାର ସବିଶେଷ ତଥ୍ୟ ଦିଆଯାଇଛି। ପନ୍ନୁଙ୍କ ଅପରାଧ ବିଷୟରେ କାନାଡାକୁ ମଧ୍ୟ ଅନେକଥର ସୂଚନା ଦିଆଯାଇଛି କିନ୍ତୁ ଆତଙ୍କବାଦୀଙ୍କ ବିରୋଧରେ କାନାଡା କୌଣସି ପଦକ୍ଷେପ ନେଇନାହିଁ।

Share