Categories: ଜାତୀୟ

ପଶ୍ଚିମବଙ୍ଗ, କେରଳରେ ଏନ୍‌ଆଇଏର ଚଢାଉ: ଅଲକାଏଦାର ୯ ଆତଙ୍କବାଦୀ ଗିରଫ

ମୁର୍ସିଦାବାଦ,୧୯ ।୯: ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି(ଏନ୍‌ଆଇଏ)କୁ ଶନିବାର ବଡ ସଫଳତା ମିଳିଛି । ଏନ୍‌ଆଇଏ ପଶ୍ଚିମବଙ୍ଗର ମୁର୍ସିଦାବାଦ ଓ କେରଳର ଏର୍ନାକୁଲମରେ ଚଢାଉ କରିବା ଫଳରେ ଅଲକାଏଦା ଆତଙ୍କବାଦୀଙ୍କ ସମ୍ପର୍କରେ ବହୁ ତଥ୍ୟ ପାଇଛି । ଏହି ସମୟରେ ଏନ୍‌ଆଇଏ ଦ୍ୱାରା ମେଅଲ-କାଏଦାର ୯ ଆତଙ୍କବାଦୀ ଗିରଫ ହୋଇଥିବା ସୂଚନା ରହିଛି । ଏନ୍‌ଆଇଏ କହିଛି, ପ୍ରାଥମିକ ଯାଞ୍ଚରୁ ଜଣାପଡିଛି, ଏମାନଙ୍କୁ ସୋସିଆଲ ମିଡିଆରେ ପାକିସ୍ତାନ ସ୍ଥିତ ଅଲ କାଏଦା ଆତଙ୍କବାଦୀଙ୍କ ଦ୍ୱାରା କଟ୍ଟରପନ୍ଥି ବା ମୌଳବାଦୀ କରି ରାଷ୍ଟ୍ରୀୟ ରାଜଧାନୀ ଅଞ୍ଚଳ(ଏନ୍‌ସିଆର୍‌) ସମେତ କିଛି ସ୍ଥାନରେ ଆକ୍ରମଣ କରିବାକୁ ପଠାଯାଇଥିଲା । ଆତଙ୍କବାଦୀଙ୍କୁ ଗିରଫ କରିବା ପରେ ଏନ୍‌ଆଇଏ କହିଛି ଏମାନେ ପାଣ୍ଠି ସଂଗ୍ରହରେ ସକ୍ରିୟ ରହିବା ସହ ଏହାର କେତେଜଣ ସଦସ୍ୟ ଅସ୍ତ୍ରଶସ୍ତ୍ର ଓ ଗୁଳି କିଣିବା ପାଇଁ ନୂଆଦିଲ୍ଲୀ ଯିବାକୁ ଯୋଜନା କରିଥିଲେ । ଏମାନଙ୍କୁ ଗିରଫ କରିବା ପରେ ଦେଶ ବିଭିନ୍ନ ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ସମ୍ଭାବନା ଥିବା ପୂର୍ବ ସୂଚନାରୁ ଜଣାପଡିଛି । ଗିରଫ ଆତଙ୍କବାଦୀଙ୍କ ନିକଟରୁ ବହୁ ପରିମାଣରେ ଡିଜିଟାଲ ଉପକରଣ, ଡକ୍ୟୁମେଣ୍ଟ, ଜିହାଦି ସାହିତ୍ୟ, ଅସ୍ତ୍ରଶସ୍ତ୍ର, କିଛି ଦେଶୀ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଆଦି ଜବତ କରାଯାଇଛି ।

Share