ନୂଆଦିଲ୍ଲୀ,୨୫ା୩: ଗ୍ୟାଙ୍ଗ୍ଷ୍ଟର ଲରେନ୍ସ ବିଷ୍ଣୋଇ ଓ ତାଙ୍କ ସହଯୋଗୀ କାନାଡା ଗ୍ୟାଙ୍ଗ୍ଷ୍ଟର ଗୋଲ୍ଡି ବ୍ରାର୍ଙ୍କ ବିରୋଧରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ଶୁକ୍ରବାର ଚାର୍ଜଶିଟ୍ ଦାଖଲ କରିଛି। ଏମାନେ ବେଆଇନ ଖଲିସ୍ତାନୀ ସଂଗଠନ ବାବ୍ବର ଖାଲସା ଇଣ୍ଟରନ୍ୟାଶନାଲ (ବିକେଆଇ) ଏବଂ ଅନ୍ୟ ଆତଙ୍କବାଦୀ ସଂଗଠନ ସହ ସମ୍ପୃକ୍ତ ଥିବା ଏନ୍ଆଇଏ ଜାଣିବାକୁ ପାଇଥିଲା। ଆତଙ୍କବାଦ-ଅପରାଧୀ ସମ୍ପର୍କ ନେଇ ୩ ମାମଲାରୁ ଗୋଟିଏରେ ଏନ୍ଆଇଏ ସେମାନଙ୍କ ବିରୋଧରେ ଅଭିଯୋଗ ଫର୍ଦ୍ଦ କୋର୍ଟରେ ଦାଖଲ କରିଛି।