Categories: ଜାତୀୟ

ମହାବୋଧି ମନ୍ଦିର ବିସ୍ଫୋରଣ: ୮ ଦୋଷୀଙ୍କୁ ଦଣ୍ଡବିଧାନ, ୩ଙ୍କୁ ଆଜୀବନ, ୫ଙ୍କୁ ୧୦ ବର୍ଷ ଜେଲ

ପାଟନା,୧୭ ।୧୨: ବିହାରର ବୋଧ ଗୟା ସ୍ଥିତ ମହାବୋଧି ମନ୍ଦିରରେ ୨୦୧୮ରେ ହୋଇଥିବା ବିସ୍ଫୋରଣ ମାମଲାରେ ପାଟନାର ବିଶେଷ ଏନ୍‌ଆଇଏ ଅଦାଲତ ଶୁକ୍ରବାର ଦୋଷୀଙ୍କୁ ସଜା ଶୁଣାଇଛନ୍ତି । ବିଶେଷ ଅଦାଲତ ୩ ଜଣଙ୍କୁ ଆଜୀବନ କାରାଦଣ୍ଡ ସହ ଅନ୍ୟ ୫ ଜଣଙ୍କୁ ୧୦ ବର୍ଷ ଲେଖାଏଁ ସଜା ଶୁଣାଇଛନ୍ତି । ଉକ୍ତ ୮ ଦୋଷୀ ଆତଙ୍କବାଦୀ ସଙ୍ଗଠନ ଜମାତ-ଉଲ ମୁଜାହିଦ୍ଦିନ ବାଂଲାଦେଶର ସଦସ୍ୟ । ସୂଚନାଯୋଗ୍ୟ, ଦଲାଇ ଲାମା ଓ ରାଜ୍ୟପାଳଙ୍କ ଗସ୍ତକୁ ଦେଖି ଆତଙ୍କବାଦୀଙ୍କ ଦ୍ୱାରା ଆଇଇଡି ବିସ୍ଫୋରଣ ଯୋଜନା କରାଯାଇଥିଲା । ପ୍ରଥମ ଆଇଇଡି କାଳଚକ୍ର ମୈଦାନର ୫ ନମ୍ବର ଗେଟରେ ମିଳିଥିଲା । ଏହାକୁ ନିଷ୍କ୍ରିୟ କରିବା ସମୟରେ ଏହା ବିସ୍ଫୋରଣ ହୋଇଥିଲା । ଏହା ବ୍ୟତୀତ ଏକ ଜୀବନ୍ତ ଆଇଇଡି ମହାବୋଧି ମନ୍ଦିର ଗେଟ ନମ୍ବର ୪ରେ ଆଉ ଏକ ଶ୍ରାଲଙ୍କା ମଠର ସିଡି ନିକଟରେ ମିଳିଥିଲା । ଏହି ମାମାଲାର ଶୁଣାଣି ବିଶେଷ ଅଦାଲତ ଦ୍ୱାରା ୧୦ଡିସେମ୍ବରରେ କରାଯାଇଥିବା ବେଳେ ରାୟ ସଂରକ୍ଷିତ ରଖାଯାଇଥିଲା ।

Share