Categories: ଜାତୀୟ

ଡି-ଗ୍ୟାଙ୍ଗ୍‌ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍‌ କଲା ଏନ୍‌ଆଇଏ, ଟାର୍ଗେଟ୍‌ରେ ରାଜନେତା…

ନୂଆଦିଲ୍ଲୀ,୧୯।୨ : ଡି-ଗ୍ୟାଙ୍ଗର ଷଡଯନ୍ତ୍ରର ପର୍ଦ୍ଦାଫାଶ୍‌ ହୋଇଛି। ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି (ଏନଆଇଏ)କୁ ଏସମ୍ପର୍କରେ ବହୁ ଗୁପ୍ତ ସୂଚନା ମିଳିଛି। ଏନଆଇଏ ଅନୁଯାୟୀ, ଡି-ଗ୍ୟାଙ୍ଗ ମୁଖ୍ୟ ତଥା ବହୁ ଚର୍ଚ୍ଚିତ ଅଣ୍ଡର ଓ୍ବାଲର୍‌ଡ ଡନ୍‌ ଡାଉଦ୍‌ ଇବ୍ରାହିମ୍‌ ଭାରତରେ ଆକ୍ରମଣ ପାଇଁ ଏକ ସ୍ବତନ୍ତ୍ର ୟୁନିଟ ଗଠନ କରିଛନ୍ତି। ଏହି ୟୁନିଟ୍‌ ଟାର୍ଗେଟ୍‌ ରେ ଦେଶର ବହୁ ବଡ଼ ବଡ଼ ରାଜନେତା ଏବଂ ସେଲିବ୍ରିଟି ରହିଛନ୍ତି।

ସୂଚନା ଅନୁଯାୟୀ, ଡାଉଦ୍‌ ତାଙ୍କ ସ୍ବତନ୍ତ୍ର ୟୁନିଟ ମାଧ୍ୟମରେ ଭାରତରେ ଆତଙ୍କବାଦୀ ଆକ୍ରମଣ କରିବାକୁ ଚାହୁଁଛନ୍ତି। ଦିଲ୍ଲୀ ଏବଂ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ଲାଗି ଷଡ଼ଯନ୍ତ୍ର ରଚା ଯାଇଛି। ବିସ୍ଫୋରକ ଏବଂ ମାରାତ୍ମକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଏହି ୟୁନିଟ ମାଧ୍ୟମରେ ଦାଉଦ୍‌ ଭାରତର ବହୁ ଅଞ୍ଚଳ ଉପରେ ଏଭଳି ଆକ୍ରମଣ କରିବାକୁ ଚାହୁଁଛନ୍ତି।

ଅନୁସନ୍ଧାନ ଏଜେନ୍ସି ଅନୁଯାୟୀ, ଏହି ଆକ୍ରମଣର ଉଦ୍ଦେଶ୍ୟ ହେଉଛି ଭାରତର ବିଭିନ୍ନ ସ୍ଥାନରେ ହିଂସା ସୃଷ୍ଟି କରିବା। ଏନଆଇଏର ରିପୋର୍ଟ ପ୍ରକାଶ ପାଇବାର ଗୋଟିଏ ଦିନ ପୂର୍ବରୁ ଡାଉଦ୍‌ଙ୍କ ଭାଇ ଇକବାଲ କାସକରଙ୍କୁ ଇଡି ଗିରଫ କରିଛି। ବ୍ୟାପକ ଅର୍ଥ ହେରଫେର୍‌ ମାମଲାରେ, ଇଡି ଆଗାମୀ ୭ ଦିନ ଅର୍ଥାତ୍‌ ଫେବୃଆରୀ ୨୪ ପର୍ଯ୍ୟନ୍ତ ଇକବାଲଙ୍କୁ ପଚରାଉଚରା କରିବ।

ନିକଟରେ ଡାଉଦ୍‌ ଏବଂ ତାଙ୍କର ଘନିଷ୍ଠ ସହଯୋଗୀଙ୍କ ବିରୋଧରେ ଇଡି ପକ୍ଷରୁ ଅର୍ଥ ହେରଫେର୍‌ ମାମଲା ରୁଜୁ କରିଛି। ଇଡି ଅନୁଯାୟୀ, ଅଭିଯୁକ୍ତମାନେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପାଣ୍ଠି ଯୋଗାଉଥିଲେ। ଇଡିର ଉପ ନିର୍ଦ୍ଦେଶକ ଡିସି ନାହାକ କହିଛନ୍ତି ଯେ, ସେପ୍ଟେମ୍ବର ୨୦୧୭ ରେ ଜଣେ ବିଲ୍ଡରଙ୍କ ଅଭିଯୋଗ ଅଧାରରେ ଇକବାଲ କାସକର, ମମତାଜ ଅଜାଜ ଶେଖ, ଇସରାଲ ଜାମିଲ ସୟିଦ ଏବଂ ଅନ୍ୟ କେତେକଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।

ଏନ୍‌ଆଇଏ ପକ୍ଷରୁ ଏହି ମାମଲାରେ ଗ୍ୟାଲେଣ୍ଟ୍ରି ପୁରସ୍କାର ପାଇଥିବା ହିମାଚଳ ଆଇପିଏସ ଅଧିକାରୀ ଅରବିନ୍ଦ ଡିଜିଭିଜେ ନେଗିଙ୍କୁ ଗିରଫ ଗିରଫ କରାଯାଇଛି। ସେ ପ୍ରାୟ ଏକ ବର୍ଷ ଧରି ଏନ୍‌ଆଇଏର ରାଡାରରେ ଥିଲେ।

Share