Categories: ଜାତୀୟ

ଦାଉଦର ‘ଡି’ କମ୍ପାନୀର ନେଟଓ୍ବର୍କ ସହାୟତାରେ ଗଢି ଉଠିଛି ଖଲିସ୍ତାନୀ ସାମ୍ରାଜ୍ୟ

ନୂଆଦିଲ୍ଲୀ,୫।୧୦: ସାରା ବିଶ୍ୱରେ ଆତଙ୍କବାଦ ରଚିଥିବା ଖଲିସ୍ତାନୀ ଆତଙ୍କବାଦୀଙ୍କ ଲିଙ୍କ ପାକିସ୍ତାନୀ ଗୁପ୍ତଚର ସଂସ୍ଥା ଆଇଏସଆଇ ଓ ଅଣ୍ଡରୱାଲର୍‌ଡ ଡନ ଦାଉଦ ଇବ୍ରାହିମର ଅପରାଧ ନେଟୱର୍କରେ ଆରମ୍ଭ ହୋଇଛି ବୋଲି ଜଣାପଡିଛି। ସ୍ଥାନୀୟ ଅପରାଧୀଙ୍କ ଠାରୁ ଆରମ୍ଭ କରି ଚଳଚ୍ଚିତ୍ର ଅଭିନେତା, ସଂଗୀତଜ୍ଞ ଏବଂ ରାଜନେତା ପର୍ଯ୍ୟନ୍ତ ସମସ୍ତେ ଦାଉଦର ‘ଡି’ କମ୍ପାନୀର ନେଟୱାର୍କରେ ଅନ୍ତର୍ଭୁକ୍ତ ହୋଇଥିଲେ। ଖଲିସ୍ତାନ ଆପରାଧିକ ଆତଙ୍କବାଦୀ ମାମଲାର ଯାଞ୍ଚବେଳେ ଅନୁସନ୍ଧାନକାରୀ ଏଜେନ୍ସି (ଏନଆଇଏ) ହାତରେ ଏହି ସୂଚନା ମିଳିଛି।

Share