Categories: ଜାତୀୟ

ଦକ୍ଷିଣ କଶ୍ମୀରରେ ଏନ୍‌ଆଇଏ ଚଢ଼ାଉ, ୫ ସନ୍ଦିଗ୍ଧ ଗିରଫ…

ଶ୍ରୀନଗର,୧୧।୭: ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଅଭିଯୋଗ ମିଳିବା ପରେ ଏନ୍‌ଆଇଏ, ଟିମ୍‌, ର ଏବଂ ଆଇବି ଟିମ୍‌ ପକ୍ଷରୁ ଦକ୍ଷିଣ କଶ୍ମୀରର ଅନନ୍ତନାଗରେ ଚଢ଼ାଉ କରାଯାଇଛି। ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍‌ ସହିତ ସମ୍ପର୍କରେ ଥିବା ଅଭିଯୋଗ ଆଧାରରେ ୫ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ସନ୍ଦିଗ୍ଧମାନେ ଆଫଗାନିସ୍ତାନ ଯିବା ନେଇ ଯୋଜନା କରୁଥିବା ଜଣାପଡ଼ିଛି। ୧୦ ସ୍ଥାନରେ ଏକତ୍ର ଚଢ଼ାଉ କରାଯାଇ ସନ୍ଦିଗ୍ଧମାନଙ୍କୁ ଗିରଫ କରାଯାଇଛି। ଦାରୁଲ୍‌ ଉଲମ୍‌ କାର୍ଯ୍ୟାଳୟରେ ମଧ୍ୟ ଚଢ଼ାଉ କରାଯାଇ ଅଧ୍ୟକ୍ଷଙ୍କୁ ଗିରଫ କରାଯାଇଛି। ଅନନ୍ତନାଗ, ଶ୍ରୀନଗର,ବାରମୁଳା, ଅଓ୍ବନ୍ତିପୋରା ଅଦି ଅଞ୍ଚଳରେ ଚଢ଼ାଉ ସମୟରେ ଲ୍ୟାପଟପ୍‌ ସହିତ କେତେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ଜବତ ହୋଇଛି। ଏହି ମାମଲାରେ ଜିଶାନ୍‌ ଅମିନ୍‌, ତନବୀର୍‌, ଓମର ଅହମ୍ମଦ, ଆରଫ୍‌ ଖାଁ ପ୍ରମୁଖଙ୍କୁ ଦକ୍ଷିଣ କଶ୍ମୀରରୁ ଗିରଫ କରାଯାଇଛି।

Share