Categories: ଜାତୀୟ

ଦାଉଦ୍‌ଙ୍କ ସହଯୋଗୀଙ୍କ ଘରେ ଏନ୍‌ଆଇଏ ଚଢ଼ାଉ…

ମୁମ୍ବାଇ, ୯।୫ : ନ୍ୟାଶନାଲ ଇନଭେଷ୍ଟିଗେଶନ ଏଜେନ୍ସି (ଏନ୍‌ଆଇଏ) ପକ୍ଷରୁ ଅଣ୍ଡରୱାଲର୍‌ଡ ଡନ ଡାଉଦ୍‌ ଇବ୍ରାହିମଙ୍କ ସହଯୋଗୀଙ୍କ ଉପରେ ଏକ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏନ୍‌ଆଇଏ ପକ୍ଷରୁ ତାଙ୍କର ଘନିଷ୍ଠ ସହଯୋଗୀଙ୍କର ୨୦ରୁ ଅଧିକ ସ୍ଥାନ ଉପରେ ସୋମବାର ଚଢ଼ାଉ ଜାରି ରହିଛି।

ମୁମ୍ବାଇର ନାଗପଡା, ଗୋରେଗାଓଁ, ବୋରିଓ୍ବାଲୀ, ସାନ୍ତାକ୍ରୁଜ, ମୁମ୍ବ୍ରା, ଭେଣ୍ଡି ବଜାରରେ ଚଢ଼ାଉ ଆରମ୍ଭ ହୋଇଛି। ସେଠାରେ ଅନେକ ହାଓ୍ବଲା ଅପରେଟର, ଡ୍ରଗ ଚୋରା ଚାଲାଣକାରୀ ବହୁ ଲୋକ ଅଛନ୍ତି ଯେଉଁମାନେ ଡାଉଦ୍‌ଙ୍କ ସହିତ ଜଡିତ ଥିଲେ।

କୁହାଯାଉଛି ଯେ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ କ୍ରମେ ଏନଆଇଏ ଡାଉଦ୍‌ ଏବଂ ଡି କମ୍ପାନୀ ବିରୋଧରେ ମାମଲା ରୁଜୁ କରିଛି ଯେଉଁଥିପାଇଁ ତଦନ୍ତ ଓ ଚଢ଼ାଉ ଚାଲିଛି। ସୂଚନାନୁସାରେ, ଏନଆଇଏ କେବଳ ଡାଉଡ ଏବଂ ଡି କମ୍ପାନୀ ଉପରେ ନୁହେଁ ବରଂ ଛୋଟା ଶକିଲ, ଜାଭେଦ ଚିକନା, ଟାଇଗର ମେନନ, ଡାଉଦ୍‌ଙ୍କ ଭଉଣୀ ସ୍ବଗତ ହସିନା ପାର୍କରଙ୍କ ଘରେ ଚଢ଼ାଉ କରାଯାଉଛି।

ଏନଆଇଏ ଅନୁଯାୟୀ, ଛୋଟା ଶକିଲ, ଜାଭେଦ ଚିକନା, ଇକବାଲ ମିର୍ଚି ଏବଂ ଅନ୍ୟମାନଙ୍କ ସହ ଦାଉଦ ଭାରତର ଅନେକ ସ୍ଥାନରେ ନିଜର ନେଟୱାର୍କ ସ୍ଥାପନ କରିଥିଲେ। ଏହି ଲୋକମାନେ ପ୍ରଭାବଶାଳୀ, ବ୍ୟବସାୟୀଙ୍କୁ ଟାର୍ଗେଟ କରୁଥିଲେ। ଏନଆଇଏ ଅଧିକାରୀ କହିଛନ୍ତି ଯେ ସମଗ୍ର ଭାରତରେ ଜାତୀୟ ବିରୋଧୀ କାର୍ଯ୍ୟକଳାପରେ ଡାଉଦଙ୍କ ସମ୍ପୃକ୍ତି ବିଷୟରେ ଆମ ସହ ପୂର୍ବରୁ ସୂଚନା ମିଳିଥିଲା।

Share