Categories: ଜାତୀୟ

ଟେରର ଫଣ୍ଡିଂ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ: ୮ରାଜ୍ୟରେ ଏନ୍‌ଆଇଏର ଚଢ଼ାଉ, ୨୪୭ ସଦସ୍ୟ ଅଟକ

ନୂଆଦିଲ୍ଲୀ,୨୭।୯: ଟେରର ଫଣ୍ଡିଂ ଉପରେ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି(ଏନ୍‌ଆଇଏ) କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୋଲିସ ଏବଂ ଅନ୍ୟାନ୍ୟ ଏଜେନ୍ସିଙ୍କ ସହାୟତାରେ ପୁଣି ଥରେ ସାରା ଦେଶରେ ପିଏଫ୍‌ଆଇର ଅନେକ ସ୍ଥାନରେ ଚଢ଼ାଉ କରିଛି। ପିଏଫ୍‌ଆଇ ଉପରେ ଏନ୍‌ଆଇଏର ଏହା ଦ୍ୱିତୀୟ ରାଉଣ୍ଡ ଚଢ଼ାଉ ହୋଇଥିବା ବେଳେ ମଙ୍ଗଳବାର ୮ଟି ରାଜ୍ୟରେ ଚଢ଼ାଉ କରାଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ସାରା ଦେଶର ୮୦ରୁ ଅଧିକ ପିଏଫ୍‌ଆଇ ସଦସ୍ୟଙ୍କୁ ଗିରଫ କରାଯାଇଥିବା ବେଳେ ୨୪୭ ଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କୁ ଏଜେନ୍ସି ପକ୍ଷରୁ ପଚରାଉଚରା କରାଯାଉଛି। ଏହି ଚଢ଼ାଉରେ ଦିଲ୍ଲୀ, ଉତ୍ତରପ୍ରଦେଶ, କର୍ନାଟକ, ଆସାମ, ମହାରାଷ୍ଟ୍ର, ଗୁଜରାଟ ଓ ମଧ୍ୟପ୍ରଦେଶ ସାମିଲ ରହିଛି।

 

Share